ବିଦାହେଲେ ପ୍ରଣବ ବଳବନ୍ତ; ରୋହିତ ପୂଜାରୀ ହେଲେ ଉପମୁଖ୍ୟ ସଚେତକ

Spread the love

ଭୁବନେଶ୍ୱର, ୨୩/୯ (ସନ୍ଧାନ ନିୟୁଜ) ରାଜ୍ୟରେ ଦିର୍ଘ ଦିନ ପରେ ସିବିଆଇ ପୁଣି ସକ୍ରିୟ ହେବା ଦେଖି ରାଜ୍ୟରେ ଚିଟଫଣ୍ଡରେ ସମ୍ପୃକ୍ତ ଥିବା ନେତାମାନଙ୍କର ରକ୍ତ ଚାପ ବୃଦ୍ଧି ପଇବା ଦେଖିବାକୁ ମିଳିଛି। ବିଜେଡି ସୁପ୍ରିମୋ ଉକ୍ତ ଦଳୀୟ ନେତା ମାନଙ୍କ ଠାରୁ ସମଦୂରତ୍ୱ ରକ୍ଷା କରି ଚାଲିଥିବା ବେଳେ ସିବିଆଇ ଭୟରେ ଯାଜପୁର ଜିଲ୍ଲା ଧର୍ମଶଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଉପମୁଖ୍ୟ ସଚେତକ ପଦବିରୁ ବିଦାକରି ତାଙ୍କ ସ୍ଥାନରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ବାବୁ ଅବସ୍ଥାପନ କରିଥିବା ଯାଜପୁରରେ ଆଲୋଚ୍ୟର ବିଷୟ ହୋଇଛି। ନୂଆ ସରକାର ଗଠନ ହେବା ପରେ ଯାଜପୁର ଜିଲ୍ଳାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଭାବେ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ। ତେବେ ହଠାତ୍‌କାହିଁକି ପ୍ରଣବଙ୍କୁ ବିଦା କରାଗଲା, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ସ୍ପଷ୍ଟ ମନ୍ତବ୍ୟ ଦେଇ ନାହାନ୍ତି।

Related Posts

About The Author

Add Comment