ବିଞ୍ଝାରପୁର ବିଡିଓଙ୍କୁ ଲୋକାୟଙ୍କ ନୋଟିସ

Spread the love

ଯାଜପୁର ସଦର, ୨୦ା୦୪: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ସରକାରୀ ଅର୍ଥ ତୋଷରପାତ କରାଯାଇଥିବା ବେଳେ, ଏହି ବ୍ଲକର ସହିଦପୁର ପଂଚାୟତର ଦୃନିତି ହୋଇଥିବା ଘଟଣାକୁ ନେଇ ପୂର୍ବତନ ସରପଂଚ ସାମାଜିକ କର୍ମୀ ଲୋକାୟକଙ୍କ ଦ୍ୱାରସ୍ତ ହୋଇଥିଲେ । ଏନେଇ ଲୋକାୟକ୍ତରେ ଏକ ମାମଲା ୨୮/୨୩ ରେ ରୁଜୁକରାଯାଇଥିଲା । ଏହି ଆବେଦନକୁ ବିଚାରକୁ ନେଇ ଲୋକାୟକ୍ତ ବିଞ୍ଝାରପୁର ବିଡ଼ିଓ ଶିଶିର ନାୟକ, ବିକାଶ ଦାସଙ୍କୁ ୬ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଷ ଦିଆଯାଇଚି । ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ଏମଜିଏମଆରଇଜିଏସ ଇନ୍ଦିରା ଆବାସ ଯୋଜନାରେ କୋଟି କୋଟି ଟଙ୍କାର ଦୃନିତି କରାଯାଇଥିବା ଘଟଣାକୁ ନେଇ ଅଭିଯୋଗ ହେବାପରେ କେତେକ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଟଙ୍କା ଫେରସ୍ତ କରାଯିବା ପାଇଁ ନିର୍ଦ୍ଦେଷ କରାଯାଇଥିବା କାଦିରି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ସହିଦପୁର ପଂଚାୟତରେ ୬୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସ୍ୱାର୍ଥ କରାଯାଇଥିବାକୁ ନେଇ ବିଭିନ୍ନ ପଂଚାୟତର କାର୍ଯ୍ୟକୁ ତଦନ୍ତ କରାଗଲେ ଏହି ଦୃନିତି ୨୫କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି କାଦିର ଅଭିଯୋଗରେ ଦର୍ଶାଇଛନ୍ତି । ସୂଚନା ଅଧିକାରୀ ଆଇନି ବଳରେ ମିଳିଥିବା ତଥ୍ୟକୁ ନେଇ ଏହି ଦୃନିତିର ପର୍ଦାଫାସ କରିଛନ୍ତି ବୋଲି ସୂଚନା ମିଳିଚି । ରାଜ୍ୟସରକାର କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଶ୍ରୀ କାଦିର ଏହି ଦୃନିତି ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଡବ୍ଲୁପିସି ୨୧୨୮/୨୩ ଆଗତ କରାଯାଇଥିଲା । ବିଚାରପତି ଶ୍ରୀଯୁକ୍ତ ବିଶ୍ୱଜିତ ରଥ ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ରାଜ୍ୟ ସରକାର ପଂଚାୟତ ସଚିବକୁ ନିର୍ଦ୍ଦେଷ ଦେଇଥିଲେ । ଲୋକୟୁକ୍ତଙ୍କ ନିର୍ଦ୍ଦେଷ ବିଞ୍ଝାରପୁରର ପ୍ରଶାସନ ହରଡ଼ ଘଣାରେ ପଡ଼ିରହିଥିବା ବେଳେ, ଅଭିଯୋଗକୁ ଭିତ୍ତିକରି ବିଭିନ୍ନ ପ୍ରକଳ୍ପ ଶେଷହେବାପରେ ଭେଣ୍ଡରଙ୍କ ଠାରୁ କିଣାଯିବା ଯନ୍ତ୍ରୀ ମାନଙ୍କ ଦ୍ୱାରା ବିଲ ପ୍ରସ୍ଥୁତ କରାଯାଇଥିବା ବିଲରେ ଡିସେମ୍ବର ନଦେବା ଗୋଟିଏ କାର୍ଯ୍ୟାଦେଶରେ ୧୧ଟି ପ୍ରକଳ୍ପ କରାଯାଇଥିବା ଏହିପରି ଅନିୟମିତତା ଦୃନିତି ସାମ୍ନାକୁ ଆସିଥିବା ବେଳେ, ସହିଦପୁର ପଂଚାୟତରେ ଏହା ହୋଇଥିବା ଅଭିଯୋଗ କରାଯାଇଚି । କେବଳ ସହିଦପୁର ପଂଚାୟତରେ ସିମିତ ହୋଇନାହିଁ । ଏହି ବ୍ଲକର ୨୯ଟି ପଂଚାୟତରେ ଦୃନିତିର ଚେର ବହୁତ ଦୂରକୁ ଲମ୍ବିଥିବା ଜଣାଯାଇଚି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment