ବିଜେପିର ବିଜୟ ସଂକଳ୍ପ ସମାବେଶ: ରାଜ୍ୟରେ ଡବଲ ଇଞ୍ଜିନ ସାରକାର ହେଲେ ବିକାଶ ହେବ: ଧର୍ମେନ୍ଦ୍ର
ବିଜେପିର ବିଜୟ ସଂକଳ୍ପ ସମାବେଶ: ରାଜ୍ୟରେ ଡବଲ ଇଞ୍ଜିନ ସାରକାର ହେଲେ ବିକାଶ ହେବ: ଧର୍ମେନ୍ଦ୍ର
Manas Kumar Rout |
April 24, 2019 |
ଧର୍ମଶାଳା,୨୪/୪ (ସନ୍ଧାନ ନିୟୁଜ)- ଧର୍ମଶାଳା ନିବା ନ ମଣ୍ଡଳି ଅନ୍ତର୍ଗତ ୧୧ନଂ ଜୋନର କବାଟବନ୍ଧ ପଂଚାୟତର କବାଟବନ୍ଧ ଠାରେ ମଙ୍ଗଳବାର ଅପରାହ୍ନରେ ବିଜେପି ତରଫରୁ ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଧର୍ମଶାଳା ର ବିଧାୟକ ପାର୍ଥô ରମେଶ ଚନ୍ଦ୍ର ପରିଡା ସଭାପତିତ୍ୱ କରିଥିଲେ । ମୂଖ୍ୟ ଅତିଥିଭାବରେ ରାଜ୍ୟ ବିଜେପିର ମଙ୍ଗୁଆଳ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଭିଭିନ୍ନ ପ୍ରସଂଗରେ ଟାର୍ଗେଟ କରି ବର୍ଷିଥିଲେ । ଡଙ୍କାରୀ ଖଣି ଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା,ଡାକ୍ତର ସମସ୍ୟା ,ଶିକ୍ଷକ ସମସ୍ୟା,ଚିଟଫଣ୍ଡ ଟଙ୍କା,ତୈଳ ଗଛିତାଗାର ନହୋଇ ପାରିବା ପଛରେ ସରକାର ଙ୍କ ଭୁମିକା ଆଦି ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଘେରିବା ସହ ରାଜ୍ୟରେ ଏକ ଅପାୠ ସରକାର କାର୍ଯ୍ୟ କରୁଛି ବୋଲି କହିଥିଲେ । ଓଡିଆ ଶିଖି ନଥିବା ଓଡିଶାର ଲୋକଙ୍କ ସମସ୍ୟାକୁ କଣ ବୁଝିବେ ବୋଲି ପ୍ରଶ୍ନ କରିଥିଲେ । ତେଣୁ ଏଥର ନିର୍ବାଚନରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ଏବଂ ଆପଣ ମାନେ ତାହା କରିଦେଖାନ୍ତୁ ବୋଲି ରୁଣ୍ଡିଭୁତ ଜନାତାଙ୍କୁ ନିବେଦନ କରିଥିଲେ । ଲୋକମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଓଲଟା ପ୍ରଶ୍ନ କରି କହିଥିଲେ ଯେ ଆପଣ ମାନେ ଚିଟଫଣ୍ଡ ଟଙ୍କା ପାଇଲେଣି କି? ଆପଣ ମାନଙ୍କ ସ୍କୁଲରେ ଶିକ୍ଷକ ଅଛନ୍ତି କି? ଆପଣ ମାନଙ୍କ ଜମିକୁ ପାଣି ଅଛି କି? ଆପଣ ମାନଙ୍କ ପିଲାମାନଙ୍କ ପାଇଁ ରୋଜଗାର ଅଛି କି? ଏହାର ଉତ୍ତରରେ ଖୁବ ଯୋରରେ କେବଳ ନାଇଁ ବୋଲି ଶୁଣିବାକୁ ମିଳିଥିଲା । ତୈଳ ଗଛିତାଗାର ପାଇଁ ସାଢେ ଛଅ ହାଜରକୋଟିର ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ଖଣିଜ ସଂପଦର ହରିଲୁଟ ଚାଲିଥିବା ବେଳେ ଚିଟଫଣ୍ଡ ଚୋରଙ୍କୁ ଘଣ୍ଟ ଘୋଡାଉଛି ରାଜ୍ୟ ସରକାର । ତେଣୁ ରାଜ୍ୟ ସରକାର ବଦଳିବା ଦରକାର । ବ୍ରାହ୍ମଣି କୁଳରେ ତିନି ଫସଲି ଜମି ଆଜି ପଡିଆ ପଡିଛି କାହିକି ବୋଲି ପ୍ରଶ୍ନ କରିଥିଲେ । ଅଂଜିରା ଜଙ୍ଗଲ ଜମିର କିଷମ ପରିବର୍ତ୍ତନ ପାଇଁ କିଏ ଦାଇ? ନବୀନ ସରାକାର ଖଣିଖାଦାନକୁ ଖଣି ମାଫିଆଙ୍କୁ ଟେକି ଦେଇଛନ୍ତି ବୋଲି ସଭାକୁ ସମ୍ବୋଧିତ କରି କହିଥିଲେ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଧର୍ମଶାଳାର ସର୍ବାଙ୍ଗିନ ଉନ୍ନତି ପାଇଁ ରମେଶ ଚନ୍ଦ୍ର ପରିଡାଙ୍କୁ୍ମ ଓ ଜାଜପୁରର ଲୋକସଭା ପାର୍ଥô ଅମିୟ କାନ୍ତ ମଲିକଙ୍କୁ ପଦ୍ମଫୁଲ ଚିହ୍ନରେ ବଟମ ଦବାଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ସଭାମଞ୍ଚରେ ରାଜ୍ୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ସର୍ବେଶ୍ୱର ବେହୁରା,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡର ଦାସ.ଜିଲ୍ଲା ପରିଶଦ ସଭ୍ୟ ରଶ୍ମି ରଙ୍ଜନ ନାୟକ,୩୪ନଂ ଜୋନ ପ୍ରଭାରୀ ରଘୁନାଥ ବେହେରା,୧୨ନଂ ଜୋନ ପ୍ରଭାରୀ ଗଗନ ବିହାରୀ ଦାସ,୧୧ନଂ ଜୋନ ପ୍ରଭାରି ଆଶିସ ବଳ,ମହିଲା ସଭାପତି ମୋନାଲିସା ଦାସ,ଶ୍ରମିକ ନେତା ନୃସିଂହ ମିଶ୍ର,ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ବେହେରା,ସୁକିନ୍ଦା ନିର୍ବାଚନ ମଣ୍ଡଳି ପ୍ରଭାରି ନିରଞ୍ଜନ ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କଂଗ୍ରେସର ପୁର୍ବତନ ସାଧାରଣ ସମ୍ପାଦକ ଅଧିର କାନ୍ତ ଜେନା କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ।
Related Posts
About The Author