ବିଚ ରାସ୍ତାରେ ପ୍ରସବ କଲେ ମାନସିକ ବିକୃତ ମହିଳା

Spread the love

ଭଦ୍ରକ, ୨୯/୦୨ (ସନ୍ଧାନ ନିୟୁଜ) ବିଚ ରାସ୍ତାରେ ପ୍ରସବ l ଖବର ଅନୁଯାୟୀ ମହିଳା ଜଣକ ବିକୃତ ମସ୍ତିଷ୍କ ଅଟନ୍ତି l ସେ ସବୁବେଳେ ବନ୍ତ ଛକ ସହ ସହରର ଚାରିଆଡେ ବୁଲିଥାନ୍ତି lଏଭଳି ଅସହାୟତା ର ସୁଯୋଗ ନେଇ କେହି ଦୃବୁର୍ତ୍ତ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବାରୁ, ସେ ଗର୍ଭବତି ଥିଲେ l ଯାହାକି ଆଜି ଏହି ପ୍ରସୂତି ମହିଳା ଜଣକ ଜନଗହଳି ପୂର୍ଣ୍ଣ ବନ୍ତ ଛକ ନିକଟରେ ଯନ୍ତ୍ରଣା ରେ ଛଟପଟ ହୋଇଥିବା ବେଳେ, କିଛି ସାମାଜିକ ସଙ୍ଗଠନର ବ୍ୟକ୍ତି ବିଶେଷ ମହିଳାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି l ଶୁକ୍ରବାର ବିଳମ୍ବିତ ରାତ୍ରିରେ ହଟାତ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା l ପରେ ବିଚ ରାସ୍ତାରେ ସେ ଏକାକୀ, ଏକ ଶିଶୁ ପୁତ୍ର ପ୍ରସବ କରିଥିଲେ l ଏନେଇ ସ୍ଥାନୀୟ ଲୋକେ ଖବର ପାଇ ଉଭୟ ମା ଓ ଶିଶୁ ପୁତ୍ରକୁ ଉଦ୍ଧାର କରି, ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଛନ୍ତି l

Related Posts

About The Author

Add Comment