ବିଗୁଡ଼ୁଛି ଡିଏମ୍‌କେ ସୁପ୍ରିମୋ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲ ବାହାରେ ଭିଡ଼ ଜମାଇଲେ ଶହ ଶହ ସମର୍ଥକ

Spread the love

ଚେନ୍ନାଇ (ତାମିଲନାଡ଼ୁ) 6/8(ସନ୍ଧାନ ନିୟୁଜ): ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି ବୋଲି ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି। ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିବା ୯୪ ବର୍ଷ ବୟସ୍କ ଏମ୍‌ କରୁଣାନିଧିଙ୍କୁ କାଭେରୀ ହସ୍ପିଟାଲର ଡାକ୍ତରମାନେ ଏବେ ଭେଣ୍ଟିଲେଟରରେ ରଖିବା ସହ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକୁ କାର୍ଯ୍ୟକ୍ଷମ କରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରଖିଛିନ୍ତି।

ଉଲ୍ଲେଖଯୋଗ୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କରୁଣାନିଧିଙ୍କୁ ଗତ ଜୁଲାଇ ୨୧ ତାରିଖ ଠାରୁ କାଭେରୀ ହସ୍ପିଟାଲରେ ଭିର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଆଜି ଅପରାହ୍ଣରେ ହଠାତ ଶୋଚନୀୟ ହୋଇପଡ଼ିବା ସହ ସଙ୍କଟଜନକ ଅବସ୍ଥା ଆଡ଼କୁ ଗତି କରିଥିଲା ବୋଲି ହସ୍ପିଟାଲ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କୁହାଯାଇଛି। ବର୍ତ୍ତମାନ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଆସନ୍ତା ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ ବୋଲି କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି।

ତେବେ, ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁ ଥିବା ସଂପର୍କରେ ଖବର ପ୍ରଚାରିତ ହେବା ମାତ୍ରେ  ତାଙ୍କର ଶହ ଶହ ସମର୍ଥକ ଆସି କାଭେରୀ ହସ୍ପିଟାଲ ବାହାରେ ଭିଡ଼ ଜମାଇଛନ୍ତି।

Related Posts

About The Author

Add Comment