ବିକେଶି କ୍ଳବ ପକ୍ଷରୁ କୁମ୍ଭୀଆଚୁଆଁ ଠାରେ ବିଶ୍ୱ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର

Spread the love

ଜମନକିରା,୧୪/୦୬/୨୩( ସନ୍ଧାନ ନିଉଜ /ଜିତେନ୍ଦ୍ର ମୁଦୁଲି):ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ଅନ୍ତରଗର୍ତ କୁମ୍ଭୀଆଚୁଆଁ ଗ୍ରାମ ବଡ଼କଛାର ସରକାରି ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ରକ୍ତଦାତା ଦିବସରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଶିବିରକୁ କୁଚିଣ୍ଡା ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର ଉଦ୍ଘାଟନ କରିଥିଲେ l ଏହି ପରିପେକ୍ଷୀରେ କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଶିବିରରେ ସମ୍ମାନିୟ ଅତିଥିଭାବେ ଯୋଗ ଦେଇ ରକ୍ତଦାନ କରୁଥିବା ଯୁବ ପିଢ଼ି ମାନଙ୍କୁ ଉତ୍ସାହିତ କରିଥିଲେ l ସେହିପରି ସମ୍ମାନୀୟ ଅତିଥିଭାବେ କଟଙ୍ଗପାଣି ସରପଞ୍ଚ ଡ଼ୁଲେଶ୍ୱରୀ ମାଝୀ ଶିବିର ରେ ଯୋଗ ଦେଇ ସର୍ବ ପ୍ରଥମେ ଭଗବାନ ଗଣେଶ ଙ୍କୁ ପୁଷ୍ପ ପ୍ରଦାନ କରି ପୂଜା ଅର୍ଚନା କରିଥିଲେ l ଅନ୍ୟତମ ଅତିଥିଭାବେ କୁଚିଣ୍ଡା ଛାଇଲଡ ଲାଇନ ନିର୍ଦେଶକ ପ୍ରଦୀପ କୁମାର ଯୋଗ ଦେଇ ଯୁବ ପିଢ଼ିଙ୍କୁ ରକ୍ତଦାନ ର ମହତ୍ୱ ଓ ଗୁଣତ୍ମକ ବିଷୟରେ ଜଣାଇଥିଲେ l ଶିବିରକୁ କୁମ୍ଭୀଆଚୁଆଁ ଗ୍ରାମର ବିକେଶି କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଜମନକିରା ଯୁବ ସଚେତନ ନାଗରିକ ସଂଘ ଓ କୁଚିଣ୍ଡା ଚାଇଲଡ଼ ଲାଇନ ପକ୍ଷରୁ ସହଯୋଗ କରାଯାଇ ଥିଲା l ଶିବିରରେ ସର୍ବ ମୋଟ ୨୬ ୟୁନିଟ ରକ୍ତ କୁଚିଣ୍ଡା ରକ୍ତଭଣ୍ଡାର ଟେକ୍ନିଶୀଏନ ପ୍ରମୋଦ କୁମାର ପଟେଲ, ଟେକ୍ନିଶୀଏନ ମାନସ କୁମାର ମହଲା, ସ୍ୱିପର ମିତ୍ର ବେହେରା ଓ ପ୍ରକାଶ ଶ୍ରୀଦାର (DMA ) ରକ୍ତ ସଂଗ୍ରହ କରିଥିଲେ l ସେହିପରି ବିକେଶି କ୍ଲବ ପକ୍ଷରୁ ଗତ କିଛି ମାସ ପୂର୍ବରୁ ଆରମ୍ଭ କରିଥିବା ନିଶୁକ୍ଳ ଗ୍ରୀଷ୍ମ କାଳୀନ ଶିକ୍ଷା ଦାନ କାର୍ଯ୍ୟ ପାଇଁ ଜମନକିରା ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ବିକେଶି କ୍ଲବକୁ ମାନପତ୍ର ଓ ପୁଷ୍ପ ଗୁଛ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା କୁଚିଣ୍ଡା ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ରଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ କୁଚିଣ୍ଡା ଚାଇଲଡ଼ ଲାଇନ ନେମାନୀ ହେମରମ ଜମନକିରା ଯୁବ ସଚେତନ ନାଗରିକ ସଂଘ ସଭାପତି ଅବଦୁଲ ଗୁଲାମ କାଦିର, ଧନିରାମ ସେଠ ଙ୍କ ସହ ବିକେଶି କ୍ଲବ ମେମ୍ବର ସୁଜ୍ଞାତା କିଷାନ , ହରେଶ କିଷାନ ,ଯଶୋବନ୍ତ ଛତ୍ରିଆ , ନବକୁମାର କିଷାନ , ଆଦିତ୍ୟ ସୁନାନୀ , ତୁଲା କିଷାନ , କରୁଣା , ମକୁନ୍ଦ ,ସୁରେଶ , ସଞ୍ଜୟ ,ହରେକୃଷ୍ଣ ,କାର୍ତ୍ତିକ ପ୍ରମୁଖ ସହଯୋଗ କରିଥିଲେ l ଏହି ଶିବିର ରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନେ ପ୍ରଥମ ଥର ରକ୍ତଦାନ କରିଥିବା ଜଣା ପଡ଼ିଛି l ଶିବିରରେ ମୁକେଶ ବାଘ ପ୍ରଥମେ ରକ୍ତ ଦାନ କରିଥିବା ବେଳେ ପିଣ୍ଟୁ ପୃସେଟ ଦ୍ଵିତୀୟ ରେ ରକ୍ତଦାନ କରିଥିଲେ l

Related Posts

About The Author

Add Comment