ଧର୍ମଶାଳା, ୦୪/୦୪ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପଂଚାୟତ ଶ୍ରୀବନ୍ତପୁର ଗ୍ରାମରେ ବାସନ୍ତୀ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଏହାର ପରିଚାଳକ ସୌମ୍ୟ ରଂଜନ ନାୟକଙ୍କ ପ୍ରତ୍ୟକ ତତ୍ୱାବଧାନରେ ସନ୍ତୋଷ କୁମାର ରାଉତ, ସୌମ୍ୟ ରଂଜନ ପୃଷ୍ଟି, ଜୁଗଳ କିଶୋର ସ୍ୱାଇଁ, ରଶ୍ମି ରଂଜନ ନାୟକ, ଦିପ୍ତି ରଂଜନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ବଂଟନ କରିବା ସହିତ ଲୋକମାନଙ୍କ ମଧ୍ୟରେ କରୋନାକୁ ହରାଇବାକୁ ଘରେ ରହିବାକୁ ପରାମର୍ଶ ଦେବା ସହିତ ପତ୍ୟକ ଦିନ ଭଲଭାବରେ ସାବୁନରେ ହାତ ଧୋଇବାକୁ ଏବଂ କାହା ସହିତ ମିଳାମିଶା ନକରିବାକୁ କହି ସଚେତନତା ସୃଷ୍ଟି କରି ସରକାରଙ୍କ ନିୟମକୁ ପାଳନ କରିବାକୁ କହିଥିଲେ ।
ବାସନ୍ତି ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
|
April 5, 2020 |
