ବାଲେଶ୍ଵର,୦୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଟଙ୍କା ଲୁଟିବା ପାଇଁ ସର୍ବସମ୍ମୁଖରେ ଗୁଳି ମାରିବାକୁ ପଛାଉନାହାନ୍ତି ଦୁର୍ବୃତ୍ତ ଆଉ ବାଲି ମାଫିଆଙ୍କ ଦୁଃସାହସ ଏମିତି ଯେ, ସେମାନେ ପୁଲିସ ମୁଣ୍ଡରେ ବନ୍ଧୁକ ଲଗାଇ ଜବତ ଜିନିଷ ଛଡ଼ାଇ ନେବା ସହ ମାଜିଷ୍ଟ୍ରେଟଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରୁଛନ୍ତି। ସବୁଠୁ ପରିତାପର ବିଷୟ ହେଉଛି, ଅପରାଧୀଙ୍କୁ ଧରିବା ଦୂରେ ଥାଉ, ସେମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ବି ସରକାରୀ କଳ ଥତମତ ହେଉଛି। ଏଭଳି ପରିସ୍ଥିତିରେ ସାଧାରଣ ଜନତା କି ପ୍ରକାର ନ୍ୟାୟ ପାଇବେ ତାହା ସହଜରେ ଅନୁମେୟା ବାଲେଶ୍ବର ଜିଲ୍ଲାରେ ଆଇନଶୃଙ୍ଖଳାର ସ୍ଥିତି ଏବେ ରସାତଳଗାମୀ । ଯାହାକୁ ନେଇ ଜିଲ୍ଲାବ୍ୟାପୀ ଅସନ୍ତୋଷର ନିଆଁ କୁହୁଳିବାକୁ ଆରମ୍ଭ କରିଛି। ବାଲେଶ୍ବର ସଦର ଥାନା ସିନ୍ଧିଆ ପଞ୍ଚାୟତ କୁଡ଼ିଆଠାରେ ଥିବା ବୁଢ଼ାବଳଙ୍ଗ ନଦୀଘାଟରୁ ବେଆଇନ୍ ବାଲି ଉତ୍ତୋଳନ କରାଯାଉଥିବା ନେଇ ୩୦ ତାରିଖ ସକାଳେ ଜିଲ୍ଲାପାଳଙ୍କୁ କେହି ଜଣେ ବ୍ୟକ୍ତି ଫୋନ୍ କରି ସୂଚନା ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ସଦର ତହସିଲଦାର ଅନାମିକା ସିଂ, ତାଙ୍କ ଟିମ୍ ଏବଂ ସାଙ୍ଗରେ ସଦର ଥାନାର ଜଣେ କନେଷ୍ଟବଳ ଘଟଣାସ୍ଥଳକୁ ଯାଇଥିଲେ। ଯାଞ୍ଚ ବେଳେ ସକସନ୍ ମେସିନ୍ (ନଦୀ ଭିତରୁ ବାଲି ଉତ୍ତୋଳନ କରୁଥିବା ଯନ୍ତ୍ର) ଲାଗିଥିବା ଏକ ବୋଟକୁ ଜବତ କରାଯାଇଥିଲା। ୨ ଜଣ ବୋନ୍ ଓ ସମ୍ପୃକ୍ତ କନେଷ୍ଟବଳଙ୍କ ଦ୍ବାରା ଜବତ ବୋଟ୍କୁ ବାଲିଘାଟ · ନିକଟକୁ ଆଣିବାକୁ ନିର୍ଦ୍ଦେଶ ଦେଇ ତହସିଲଦାର ସେଠାରୁ ଆସିଥିଲେ। ତେବେ ଅପରାହ୍ନ ପାଖାପାଖି ୫ଟା ସମୟରେ ହଳଦୀପଦା ଫାଣ୍ଡି ଅଧିକାରୀ ଫୋନ୍ କରିଥିଲେ ତହସିଲଦାରଙ୍କୁ । କହିଥିଲେ, ମ୍ୟାଡାମ୍ ସିନ୍ଧିଆ ଘାଟ ନିକଟରେ ହଠାତ୍ ୨୦ରୁ ୨୫ ଜଣ ଯୁବକ ବନ୍ଧୁକ, ଖଣ୍ଡା ଓ କାତି ଧରି ନଈ ଭିତରେ ବୋଟିକୁ ଘେରି ଯାଇଥିଲେ। କନେଷ୍ଟବଳଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବୋଟ୍ଟିକୁ ନଛାଡ଼ିଲେ ଗୁଳି କରିବା ସହ ଅନ୍ୟମାନଙ୍କୁ କାଟି ନଦୀରେ ଫୋପାଡ଼ି ଦେବାକୁ ଧମକାଇଥିଲେ। ତେଣୁ ଭୟରେ ସମସ୍ତେ ବୋଟ୍ରୁ ଓହ୍ଲାଇ ପଡ଼ିବା ପରେ ସେମାନେ ବୋଟଟିକୁ ନେଇ ଯାଇଛନ୍ତି। ସେପଟେ ବାଲିଘାଟ ନିକଟରେ ଅପେକ୍ଷା କରି ରହିଥିବା ତହସିଲଦାର ଶ୍ରୀମତୀ ସିଂ ଓ ତାଙ୍କ ଟିମ୍ନଙ୍କଠାରୁ ଖବର ପାଇ ଉପଜିଲ୍ଲାପାଳ ଈଶ୍ଵର ଆଶିଷ ପାଟିଲ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି କନେଷ୍ଟବଳ ଓ ବୋଟମ୍ୟାନଙ୍କୁ ଉଦ୍ଧାର କରିଥିଲେ । ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି, ଏ ସଂକ୍ରାନ୍ତରେ ଥାନାରେ କିଏ ଏତଲା ଦେବ, ତାକୁ ନେଇ ଚାଲିଛି ଟଣାଓଟରା। ଯେଉଁଥ ପାଇଁ ଘଟଣାର ୫ ଦିନ ପରେ ବି ଥାନାରେ କୌଣସି ମାମଲା ରୁଜୁ ହୋଇ ପାରିନାହିଁ । ଘଟଣା ସଂପର୍କରେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ଦେବାକୁ କହିଛନ୍ତି ସଦର ଥାନା ଆଇଆଇସି। ହେଲେ ତହସିଲଦାରଙ୍କ କହିବା କଥା ହେଉଛି, ଘଟଣାସ୍ଥଳରେ ସଦର ଥାନାର କନେଷ୍ଟବଳ ଉପସ୍ଥିତ ଥିଲେ । କିଏ ସେମାନଙ୍କୁ ଧମକାଇଥିଲେ ଏବଂ ବନ୍ଧୁକ, ମାରଣାସ୍ତ୍ର ଦେଖାଇ ଜବତ ବୋଟ୍ ଛଡ଼ାଇ ନେଇଥିଲେ, ସେ ବିଷୟରେ କନେଷ୍ଟବଳ ଜାଣିଥିବେ। ସେ କଣ ପାଇଁ ଏତଲା ଦେବେ ବୋଲି ପାଲଟା ଜବାବ ଦେଇଛନ୍ତି। ଏ ବାବଦରେ ସେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ ରୁ କରିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନା ୭ ଆଇଆଇସି କ୍ଷମାସାଗର ପଣ୍ଡାଙ୍କୁ ଯୋଗାଯୋଗ ର କରିବାରୁ ସେ ଫୋନ୍ ଉଠାଇନଥିଲେ । ତେବେ ବାଲିମାଫିଆଙ୍କ ସହ ପୁଲିସ ଓ ସରକାରୀ କଳର ବଡ଼ପଣ୍ଡାଙ୍କ ଭିତିରିଆ ସମ୍ପର୍କ ରହିଥିବାରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।



