ବାରିପଦା ୧୬/୦୮/୨୦୨୦ (ସନ୍ଧାନ ନିଉଜ):- ରାଜ୍ୟ ସୀମାନ୍ତରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଅବବାହିକାରୁ ବେଆଇନ ବାଲି ଚାଲାଣକୁ ନେଇ ପୃଥକ ପୃଥକ ଦୁଇ ମାମଲା ଝାରପୋଖରିଆ ଥାନାରେ ରୁଜୁ ହୋଇଛି । ଅନ୍ୟପକ୍ଷରେ ଶୀର୍ଶା ଅଞ୍ଚଳବାସୀ ମାଟି ନାଁରେ ମେସିନରେ ଲୋଡ କରି ବେଆଇନ ହାଇଓ୍ବାରେ ମାତ୍ରାଧୂକ ବାଲି ଚାଲାଣ ହୋଇ ପର୍ଯ୍ୟଟନ ସ୍ଥଳୀ ମେରୁମଠକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତାର ନିର୍ମାଣ କାମକୁ ବ୍ୟାଘାତ ପହଞ୍ଚାଇବା ସହିତ ବନ୍ୟା ପରିସ୍ଥିତି ଉପଜିବା ଭଲି ଅଭିଯୋଗ ଆଣି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ସାରସକଣା ବ୍ଳକର ଜନସାଧାରଣ ସ୍ୱାସ୍ଥ୍ୟ ସେବା ନିମନ୍ତେ ଶିର୍ଶା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଭର କରୁଥିବାବେଳେ ଝାରପୋଖରିଆ (ବମ୍ବେଛକ) ଠାରୁ ଶିର୍ଶାକୁ ସଂଯୋଗ କରୁଥିବା ଆରଡି ରାସ୍ତାର ଅବସ୍ଥା ହାଇୱା ଭଳି ଭାରୀଯାନ ଦ୍ବାରା ବାଲି ଚାଲାଣ ଯୋଗୁଁ ବାରମ୍ବାର ମରାମତି ପରେ ମଧ୍ୟ ଶୋଚନୀୟ ପରିସ୍ଥିତିକୁ ଯାଉଥିବାବେଳେ ବିଗତ ଦିନରେ ଶିର୍ଶା ଆଦର୍ଶ , ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଯାତାୟତ ବିପଦପୂର୍ଣ୍ଣ ହେବା ନେଇ ଜନସାଧାରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି କୌଣସି ଲାଭ ହୋଇ ପାରୁ ନଥିବା ଜଣା ପଡେ । -ସେହିପରି ସୂବର୍ତ୍ତିରେଖା ମୁଖ୍ୟ କେନାଲ ଉପରେ ଥିବା ପୋଲ ଭାରୀଯାନ ଚଳାଚଳରେ ବିଦପୂର୍ଣ୍ଣ ହୋଇ ପଡ଼ିଥିବା ଦେଖୁବାକୁ ମିଳିଛି ଏବାବଦରେ ଥାନାରେ କଚିମବିଲା ଗ୍ରାମର ଲଳିତ ଦାସଙ୍କ ଲିଖିତ ଅଭିଯୋଗରେ ରୁଜୁ ହୋଇଥିବା କେଶ ନମ୍ବର ୧୪୯ ମୁତାବକ ଗତବୁଧବାର ରାତ୍ରୀ ପ୍ରାୟ ୧୧ ଟା ସମୟରେ ବାଲି ଭର୍ତ୍ତି ହାଇୱା ଦ୍ରୁତ ଗତିରେ ଯାଉଥିବାବେଳେ ଗାଡିର ଡ୍ରାଇଭରକୁ ଧୀରେ ଚଳାଇବାକୁ କହିବାରୁ ବାଲି ମାଫିଆମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମ ନ କରିଥିବା ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଓଡି ୧୧ ଆର- ୦୨୭୭ ନମ୍ବର ବିଶିଷ୍ଟ ହାଇୱାର ମାଲିକ ଉତ୍ତମ କୁମାର ଦଣ୍ଡପାଟ ଅଭିଯୋଗ ଆଣି ତାଙ୍କ ଗାଡିକୁ ଅଟକାଇ କଚିମବିଲା ଗ୍ରାମର କାଳିଆଦାସ ଓ ନିନି ପଟ୍ଟନାୟକ ତାଙ୍କ ଗାଡ଼ି ଅଟକାଇ ୫୦ ବାଲି ଓ ବଟି ଟଙ୍କା ମାଗିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଲିଖିତ ଏତଲା ପରେ ଝାରପୋଖରିଆ ଥାନାରେ କେଶ ନମ୍ବର ୧୫୦ ରେ ମାମଲା ରୁଜୁ ହୋଇଛି ।



