ରରୁଆଁ, 08.12.2020 (ଲିଙ୍ଗରାଜ ପଣ୍ଡା): ଆନ୍ଧ୍ର ଓ ଓଡ଼ିଶା ସୀମା ବିବାଦ ପରେ ଆଉ ଏକ ସୀମା ବିବାଦ ସାମ୍ନାକୁ ଆସିଛି ଏହା ହେଉଛି ଝାଡ଼ଖଣ୍ଡ ଓ ଓଡ଼ିଶା ସୀମା ବିବାଦ । ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ରିଘା ଗ୍ରାମ ନିକଟରେ ଥିବା କଙ୍ଗୀରା ନଦୀ ପଠାରେ ଏଠାରୁ ଝାଡ଼ଖଣ୍ଡ ରାଜ୍ୟର ବାଲି ମାଫିଆମାନେ ବେଆଇନ ଭାବେ ଆସି ବେଧଡ଼ କ ବାଲି ଉତ୍ତୋଳନ କରୁ ଥିବାବେଳେ ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ ଅବଗତ କରିଥିଲେ । ଅପରପକ୍ଷରେ ବାଲି ଉତ୍ତୋଳନ ପାଇଁ ଓଡ଼ିଶାରୁ ଯାଇଥିବା କିଛି ଗାଡି କୁ ଝାଡ଼ଖଣ୍ଡ ପ୍ରଶାସନ ଜୋର ଜବରଦସ୍ତ ଉଠାଇ ନେଇ ମୋଟା ଅଙ୍କର ଫାଇନ ଆଦାୟ କରୁଥିଲା । ତେବେ ଏହାକୁ ବିରୋଧ କରି ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ ଆଜି ଏହାର ମିଳିତ ସୀମା ନିର୍ଦ୍ଧାରଣ ହେଉଛି । ତେବେ ଗତ ତିନି ଚାରି ବର୍ଷ ପୂର୍ବରୁ ଏଇ ନଦୀ ସୌରାତିକୁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଲିଜ ଦେଇଥିବାବେଳେ ଏଠାରେ ଏବେ ଦେଖା ଦେଇଛି ସୀମା ବିବାଦ । କିଛି ଦିନ ହେବ ଝାଡ଼ଖଣ୍ଡ ଅଞ୍ଚଳର ବାଲି ମାଫିଆମାନେ ଓଡିଶା ପଶି ଆସି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଲିଜ ଧାରୀ ଏଇ ଅଭିଯୋଗ ପରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଝାଡ଼ଖଣ୍ଡ ପ୍ରଶାସନକୁ ଅବଗତ କରିଥିଲେ । ଆଜି ଏହାର ମିଳିତ ଭାବେ କରଞ୍ଜିଆ ଉପଜିଲ୍ଲାପାଳ ଡକ୍ଟର ରଜନୀ କାନ୍ତ ବିଶ୍ବାଳ, ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟ ବିକାଶ ଭୂଆଁଙ୍କ ନେତୃତ୍ବରେ ସ୍ଥାନୀୟ ପ୍ରଶାସନ ସହିତ ଝାଡ଼ଖଣ୍ଡ ରାଜ୍ୟର କିଛି ତହସିଲଦାର, ପୁଲିସ ପ୍ରଭୃତି ଅଧୁକାରୀଙ୍କ ସହିତ ମିଳିତ ସହଯୋଗରେ ସୀମା ନିର୍ଦ୍ଧାରଣ କରାଯାଉଛି । ତେବେ ଦେଖିବା ପାଇଁ ବାକି ରହିଲା ଏଇ ଜମି ବିବାଦର ସମାଧାନ ବାଟ ବାହାରୁଛି ନା ଆନ୍ଧ୍ର ପରି ଝାଡ଼ଖଣ୍ଡ ସରକାରଙ୍କ ନିଜର ହାକିମାତି ଆଗକୁ ଜାରି ରହୁଛି ସୂଚନା ଥାଉକି ଓଡ଼ିଶା ଓ ଝାଡ଼ଖଣ୍ଡ ସୀମା ବିବାଦ ଦୀର୍ଘ ୪ ବର୍ଷର ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକରେ ୪ଟି ସ୍ଥାନରେ ଏହିପରି ସୀମା ବିବାଦ ଲାଗି ରହିଛି । ଆଜି ଗୋଟିଏ ସୀମା ଚିହ୍ନଟ ହୋଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ କ୍ରମରେ ଚିହ୍ନଟ ହେବ ।