ସୁନ୍ଦରଗଡ଼ ତା :୨୮/୨/୨୦୨୬ ( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଓ କିଞ୍ଜିରକେଲା ଥାନା ପକ୍ଷରୁ ବାଲିଶଙ୍କରା ବ୍ଲକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସଡ଼କ ସୁରକ୍ଷା-ଜୀବନ ରକ୍ଷା’ ବାର୍ତ୍ତାକୁ ନେଇ ପୋଲିସ ପକ୍ଷରୁ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ଶିକ୍ଷା ଦିଆଯାଉଛି । ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବା ।ହେଲମେଟ ଏବଂ ସିଟ୍ ବେଲ୍ଟର ବ୍ୟବହାର କରିବା।ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ ବ୍ୟବହାର ନ କରିବା ,ମଦ୍ୟପାନ କରି ଗାଡ଼ି ନ ଚଳାଇବା,ନାବାଳକଙ୍କୁ ଗାଡ଼ି ଚଳାଇବାକୁ ନ ଦେବା ଏହି ସଚେତନ କାର୍ଯ୍ୟକ୍ରମ ର ଲକ୍ଷ୍ୟ । ତଳସରା ଥାନା ଅଧିକାରୀଙ୍କ ଡିଏସପି ପୁଷ୍ପେନ୍ଦୁ ସାଗରଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ବାଲିଶଙ୍କରା ବ୍ଲକର କିଞ୍ଜିରକେଳା , ସାଗବାହଲ ଅଞ୍ଚଳ ସହିତ ବଜାର ଏବଂ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପଥପ୍ରାନ୍ତ ସଭା ଓ ପୋଷ୍ଟର ଜରିଆରେ ଲୋକଙ୍କୁ ବୁଝାଇଥିଲେ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଏହି ଅଭିଯାନ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ପୋଲିସର ଏହି ପ୍ରୟାସ ଦ୍ୱାରା ଆଗାମୀ ଦିନରେ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ନେଇ ସାଧୁବାଦ ହେଉଥିବା ଜଣାପଡିଛି ।
ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
|
February 28, 2026 |



