ସୁନ୍ଦରଗଡ଼ ତା:୨୯-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ସକାଳ ୧0ଟା ସମୟ ରେ ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟ ଓ ପୋଲ ମଧ୍ୟ ସ୍ଥଳ ରେ ଏକ ସ୍କୁଟି କୁ ଧକ୍କା ମାରିବା ଯୋଗୁଁ ଜଣେ ମୃତ୍ୟୁ ବରଣ କରି ଥିବା ଖବର ମିଳିଛି l ସୂଚନା ମୁତାବକ ଆଜି ସକାଳ ୧୦ଟା ସମୟ ରେ ସିମଡେଗା ଗ୍ରାମ ବିଞ୍ଜୁ ପଡା ର ରାଜେଶ କିଣ୍ଡୋ (୫୦ବର୍ଷ)ଏକ ସ୍କୁଟି ଗାଡି ( ଓଡି ୧୬ ପି ୩୨୨୨) ଦ୍ୱାରା ସିମଡେଗା (ବିଞ୍ଜୁ ପଡା )ରୁ ବେହେରା ଡ଼ିହି କୁ ଯାଉଥିବା ବେଳେ ରାସ୍ତା ରେ ତା ପଛରେ ରେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଯାଇ ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟ ଓ ପୋଲ ମଧ୍ୟ ସ୍ଥଳ ରେ ପଛ ପଟୁ ଏକ ମାଲ ବୋଝେଇ ଟ୍ରକ (ଆର ଜେ ୦୨ଜି ସି ୫୨୮୫) ଧକ୍କା ମାରି ଦେବା ଦ୍ୱାରା ସ୍କୁଟି ଆରୋହୀ ସେହି ସ୍ଥାନ ରେ ଖସି ପଡି ଘରଣା ସ୍ଥଳ ରେ ମୃତ୍ୟୁ ବରଣ କରିଥିଲେ l ଉକ୍ତ ଦୁର୍ଘଟଣା ର ଖବର ପାଇ ତଲସରା ପୋଲିସ ଦୁର୍ଘଟଣା ସ୍ଥଳ କୁ ପହଞ୍ଚି ଶବ କୁ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ସୂଚନା ମିଳିଛି l
ବାଲିଶଙ୍କରା ଠାରେ ସ୍କୁଟି କୁ ଟ୍ରକ ମାରିଲା ଧକ୍କା ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ
|
January 29, 2026 |



