ବାଲିଗୁଡାରେ ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Spread the love

ବାଲିଗୁଡା,୦୭/୦୬/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଏମ.ଏସ. ମଧୁମିତା ଙ୍କ ସଭାପତିତ୍ୱ ରେ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥି ଭାବେ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ମଧୁ ସୂଦନ ବେହେରାଙ୍କ ସମେତ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଓ ବିଭିନ୍ନ ବିଭାଗ ଅଧିକାରୀ, ପୋଲିସଅଧିକାରୀ, ବଣିକ ସଂଘ ସଦସ୍ୟ ତଥା ଅଞ୍ଚଳର ବହୁ ବୁଦ୍ଧିଜୀବୀ ସମୂହ ଉପସ୍ଥିତି ରହି ଦାୟିତ୍ୱ ବଣ୍ଟନ କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ହୋଇ ଆସୁଥିବାବେଳ ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁଥିବା ଜଗନ୍ନାଥଙ୍କ ଘୋଷଯାତ୍ରା ଠାରୁ ବାହୁଡା଼ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରାଯାଇଥିଲା l

Related Posts

About The Author

Add Comment