ବାରାମୁଲାରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ, ମୋର୍ଟାର ମାଡ଼

Spread the love

ଜାମ୍ମୁ, ୨୦/୮ (ସନ୍ଧାନ ନିୟୁଜ): ପାକିସ୍ତାନ ସେନା ଜାମ୍ମୁ-କାଶ୍ମୀରର ବାରାମୁଲା ଜିଲା ଅନ୍ତର୍ଗତ ଉରି କମଲକୋଟ ନିୟନ୍ତ୍ରଣ ରେଖା ନିକଟରେ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନୀ ସୈନ୍ୟ ବାରାମୁଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର ମାଡ଼ କରିଛନ୍ତି। ପ୍ରତ୍ୟୁତ୍ତରରେ ଭାରତୀୟ ସେନା ଯବାନ ଗୁଳିଗୋଳା ବିନିମୟ କରିଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଉଲ୍ଲେଖ ଯେ ରବିବାର ବାରାମୁଲା ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ଯବାନମାନେ ପଣ୍ଡ କରିଦେଇଥିଲେ। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପୂର୍ବରୁ ଶନିବାର ମଧ୍ୟ ଟାଙ୍ଗଧାର ସେକ୍ଟେରରେ ଭାରତୀୟ ସୁରକ୍ଷା କର୍ମୀ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

 

Related Posts

About The Author

Add Comment