ବାରହା ଆକ୍ରମଣରେ ମହିଳା ମୃତ

Spread the love

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ/ସନ୍ଧାନ ନ୍ୟୁଜ): ବାରହା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ବାଲିଗୁଡା ଥାନା ଆଡିମାହା ପଞ୍ଚାୟତ ଗଡିପଦର ଗ୍ରାମର କବିତା ମଲ୍ଲିକ ବୋଲି ଜଣାପଡିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, କବିତା ମଙ୍ଗଳବାର ଅପରାହ୍ନରେ ଶୌଚ ପାଇଁ ଗାଁ ନିକଟ ନାଳକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ବାରହା ଜଙ୍ଗଲ ଭିତରୁ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ କବିତାଙ୍କ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ପରେ ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନେଇ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସା ସମ୍ଭବ ନ ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତିର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ କବିତାଙ୍କ ସ୍ବାମୀ ଜହନ ମଲ୍ଲିକ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। ଏତାଲା ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏଏସଆଇ ବାଳକୃଷ୍ଣ ସ୍ବାଇଁ ସୂଚନା ଦେଇଛନ୍ତି।

Related Posts

About The Author

Add Comment