ବାରିପଦା,୧୪.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- କିଛି ମାସ ପୂର୍ବରୁ ହାଟଡିଆ ବ୍ଲକ୍ ସୁଲଣ ଓ ସୋସୋ ପଞ୍ଚାୟତର ପିଇଓ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ପରେ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏହା ସହିତ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଜୈନିକ ପିଇଓ ବିଭିନ୍ନ ପଞ୍ଚାୟତର ଦାୟିତ୍ୱରେ ଥାଇ ଲକ୍ଷଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିଥିଲେବି ତାଙ୍କ ବିରୋଧରେ କାହିଁକି ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ଅନୁଯାୟୀ,ପିଇଓ ଜଣକ ଗୋଟିଏ ପଞ୍ଚାୟତରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ନେଇ ଅଭିଯୋଗ ହେବାପରେ ବ ର୍ତ୍ତମାନର ବିଡିଓ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । କିନ୍ତୁ ସେ ନୋଟିସ୍ ଗ୍ରହଣ କରିନଥିଲେ । ପରେ ବ୍ଲକ୍ ପକ୍ଷରୁ ଡାକଯୋଗେ ନୋଟିସ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ । ସେହିପରି କୋଭିଡ-୧୯ ଭଳି ଦୁର୍ଦ୍ଦିନ ସମୟରେ ସେ ତିନୋଟି ପଞ୍ଚାୟତର ଦାୟିତ୍ୱ ଥିଲେ ବି ଗତ ମାର୍ଚ୍ଚ ମାସଠାରୁ ଦୁଇଟି ପଞ୍ଚାୟତକୁ ଯାଇ ନଥିବାବେଳେ ପଞ୍ଚାୟତର ଭଲ ମନ୍ଦ ସମ୍ପର୍କରେ କିଛି ବୁଝୁ ନାହାନ୍ତି । ଏପରିକି ସରଞ୍ଚପ, ନାଏବ ସରଞ୍ଚପ ଓ ୱର୍ଡସଭ୍ୟାଙ୍କ ସିଚିଂ ଏଲାଉନଓ ମଧ୍ୟ ୬ମାସ ହେଲା ଦେଇ ନାହାନ୍ତି ।
କେବଳ ସେତିକି ନୁହେଁ ପଞ୍ଚାୟତର ଟିଏମସି ନିର୍ମାଣ ଲାଗି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଅନୁଦାନ ତାଙ୍କ ଏକାଉଣ୍ଟରେ ଥିଲେ ମଧ୍ୟ ସେ ଏହାକୁ ସରଞ୍ଚପଙ୍କୁ ପ୍ରଦାନ କରିଥିବା ନେଇ ସରଞ୍ଚପମାନେ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ତେଣୁ ଏପରି ଜଣେ ସିଇଓଙ୍କୁ କିଏ ଓ କାହିଁକି ସୁରକ୍ଷା ଦେଉଛି ତାହାକୁ ନେଇ ତଦନ୍ତ ହେବା ଜରୁରୀ ହୋଇପଡିଛି । ଏ ସମ୍ପର୍କରେ ହାଟଡିହା ବ୍ଲକର ବିଡିଓ ଜୟଦେବ ଦାସଙ୍କୁ ପଚାରିବାରେ ସେ ସଂପୃକ୍ତ ପିଇଓଙ୍କୁ ଦୁଇଟି ପଞ୍ଚାୟତର ଅପସାରିତ କରାଯାଇ ସାରିଛି । ତାଙ୍କ ବିରୋଧରେ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲା ପଞ୍ଚାୟତ ଅଫିସକୁ ଜଣାଇ ଦିଆଯାଇଛି । ତଦନ୍ତ ସରିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନାହିଁ
|
July 14, 2020 |



