ବାଜିରାଉତଙ୍କ ଜନ୍ମ ଶତବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ବାଜିରାଉତଙ୍କ ସାହସ ଯୁବବର୍ଗଙ୍କ ପାଇଁ ପ୍ରେରଣା ହେଉ-ମୋହନ ଚରଣ ମାଝି

Spread the love

ଭୁବନ,୦୬/୧୦ (ସନ୍ଧାନ ନ୍ୟୁଜ) : ୧୨ ବର୍ଷ ବୟସରେ

ବ୍ରିଟିଶ ଗୁଳିରେ ଛାତି ପତେଇ ଥିଲେ ବାଜିରାଉତ। ବାଜିରାଉତଙ୍କ ସାହସ ଯୁବବର୍ଗଙ୍କ ପାଇଁ ପ୍ରେରଣା ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମତବ୍ୟକ୍ତ କରିଛନ୍ତି । ଆଳି ସହୀଦ ବାଜିରାଉତ୍ ଜନ୍ମ ଶତବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି । ନିର୍ଦ୍ଧାରିତ ସମୟର ୧ ଘଂଟା ବିଳମ୍ବରେ ହେଲିକ୍ୟାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସ୍ମୃତି ପୀଠରେ ପହଂଚି ବାଳି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସେଠାରେ ଅନୁଷ୍ଠିତ ବାଲୁକାକଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ବାଜିରାଉତଙ୍କ ଦାୟାଦ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ପୁସ୍ତକ ‘ଢେଙ୍କାନାଳ ଗଣସଂଗ୍ରାମର ଅମର ସହୀଦ ବାଜି ରାଉତ ଓ ବାଜିରାଉତଙ୍କ ଫଟୋ ଉନ୍ମୋଚନ କରିଥିଲେ। ଛୋଟମୋର ଗାଁଟି ଅନୁଷ୍ଠାନର ସଂପାଦକ ଦେବବ୍ରତ ରାଉତଙ୍କ ପୁସ୍ତକ ସହିଦ ବାଜି ରାଉତ୍ ଉନ୍ମୋଚିତ ହୋଇଥିଲା। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଳ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ୧୨ବର୍ଷ ବାଳକର ବୀରତ୍ଵ,

ସାହସ ଓ ଓଡ଼ିଆ ଜାତିକୁ ଗୌରବ ଆଣି ଦେଇଛି ବୋଲି କହିଥିଲେ । ପ୍ରଜାମଣ୍ଡଳ ଆନ୍ଦୋଳନ ଢେଙ୍କାନାଳର ବୀରତ୍ଵ ବଖାଣେ । ଦେଶର ସ୍ଵାଧୀନତା ସଂଗ୍ରାମରେ ସର୍ବାଧ‌ିକ ସଂଗ୍ରାମୀ ଓ ଯୋଗଦାନ ଥିବା ରାଜ୍ୟ ଓଡ଼ିଶା ବୋଲି ସେ କହିଥିଲେ । ସମ୍ମାନିତ ଅତିଥ୍ ଭାବେ ସାଂସଦ ଯୋଗଦେଇ ବରପୁତ୍ରଙ୍କୁ ଆଦର୍ଶ କରି ଦେଶ, ଜାତିର ଉନ୍ନତି ହିଁ ଏକମାତ୍ର ଲକ୍ଷ୍ୟ ହେଉ ବୋଲି କହିଥିଲେ।

ବାଜିରାଉତ୍ ସ୍ମୃତି ପରିଷଦ ସଭାପତି କୋଦଣ୍ଡଧର ସାହୁ ସଭାପତିତ୍ୱ କରିଥିଲେ | ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ନିର୍ଦ୍ଦେଶକ ତ. ବିଜୟ କେତନ ଉପାଧ୍ୟାୟ ପ୍ରାରମ୍ଭୀକ ସୂଚନା ଦେଇଥିବା ବେଳେ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିସ୍ ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନର ବୀଣାପାଣୀ ବିହାରୀଙ୍କ ଦ୍ଵାରା ପ୍ରସ୍ତୁତ ଫଟୋଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ୧୦୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନର ଆରାଧ୍ୟ ଦେବ ବୁଦ୍ଧେଶ୍ଵର ପୀଠରେ ପୂଜାର୍ଚ୍ଚନା ସହ ପଦାଯାତ୍ରାରେ ସାମିଲ୍ ହୋଇଥିଲେ।

Related Posts

About The Author

Add Comment