ବସ – ଟ୍ରକ ଧକ୍କା, ୧୪ ମୃତ, ୮ ଆହତ

Spread the love

ଲକ୍ଷ୍ନୌ, ୧୩/୨/୨୦ (ସନ୍ଧାନ ନିଉଜ) : ଉତ୍ତର ପ୍ରଦେଶର ଆଗରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବୁଧବାରଦିନ ଏକ ବସ ଏବଂ ଏକ ଟ୍ରକ ମଧ୍ୟରେ ବଡ଼ ଧରଣର ଧକ୍କା ହୋଇଯାଇଛି। ଏହି ଧକ୍କାରେ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକାରୀମାନଙ୍କ କହିବା ମୁତାବକ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ। ଦୁର୍ଘଟଣାକୁ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାଧିକାରୀ ଏବଂ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କୁ ତତ୍କାଳ ଘଟଣାସ୍ଥଳକୁ ପହଁଚିବା ଏବଂ ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ଫିରୋଜାବାଦର ନଗଲା ଖନଗର ପୋଲିସ ଷ୍ଟେସନ ନିକଟରେ ଥିବା ହୋଇଛି।

ବସ ଟ୍ରକକୁ ଧକ୍କା ଦେଇଥିଲା –
ଏହି ବସରେ ପ୍ରାୟତଃ ୪୦-୪୫ ଲୋକ ଯାତ୍ରା କରୁଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତିକରାଯାଇଛି। ଏକ ସ୍ଲିପର ବସ ଦିଲ୍ଲୀରୁ ମୋତିହାରୀ ଯାଉଥିଲା। ବସ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।

Related Posts

About The Author

Add Comment