ବସ୍ ସହ କଣ୍ଟେନର୍ ଧକ୍କା

Spread the love
  •  
  •  
  •  
  •  
  •  

ସୋର, ୨୦.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବାଲେଶ୍ୱରରୁ ଭୁବନେଶ୍ବର ଯାଉଥିବା ସୁଭଦ୍ରା ଯାତ୍ରୀବାହୀ ବସ ରାସ୍ତା ପାର୍ଶ୍ବରେ ଛିଡ଼ା ହେଇଥିବା ଏକ କଣ୍ଟେନରକୁ ଧକ୍କା ଦେଇଛି । ଫଳରେ ବସର ହେଲପର‌ ସମେତ ୫ ଜଣ ଯାତ୍ରୀ ଆହତ ହୋଇ ସୋର ଡାକ୍ତରଖାନାରେ‌ ଭର୍ତ୍ତି ହୋଇଛନ୍ତି । ସେଥିରୁ ୨ ଜଣ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୯ ଟାରେ ବସଟି ଭୁବନେଶ୍ବର ଯାଉଥିବା ବେଳେ ୧୬ ନମ୍ବର‌ ଜାତୀୟ ରାଜପଥ ସୋର ମୁଳିସିଂ ଛକ ନିକଟ ରାସ୍ତା କଡ଼ରେ  ଛିଡ଼ା ହୋଇଥିବା କଣ୍ଟେନରକୁ ଅତିକ୍ରମ କରିବା ସମୟରେ ଧକ୍କା ଦେଇଥିଲା। ଫଳରେ ବସଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଆହତ ହୋଇଥିବା ଜଗତସିଂହପୁର ଅଞ୍ଚଳର ବାସୁଦେବ ଦାସ, ବାଲେଶ୍ଵରର ଶର୍ମିଷ୍ଠା ପ୍ରିୟଦର୍ଶନୀ, ଲଳିତା ଜେନା, ପାର୍ବତୀ ମହାନ୍ତି ଏବଂ ତାଙ୍କ ପୁଅ ସୁଶାନ୍ତ ମହାନ୍ତି, ବସ ହେଲପର ବାପି ସାହୁଙ୍କୁ ସୋର ଡାକ୍ତରଖାନାରେ ଭରି କରାଯାଇଛି । ଗୁରୁତର ହେଲପର ବାପି ସାହୁ ଏବଂ ପାର୍ବତୀଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ବସରେ ଭୁବନେଶ୍ଵର ପଠାଇବା ବ୍ୟବସ୍ଥା କରିଥିଲେ।

Related Posts

About The Author

Add Comment