ଯାଜପୁର, ୩୧/୧(ସନ୍ଧାନ ନିୟୁଜ):-ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଂଚାୟତର ବଳରାମପୁର ଉପରଗଡ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଦୁର୍ନୀତୀ ବିରୁଦ୍ଧରେ ଏ÷÷୍ୟକବଦ୍ଧ ହୋଇ ପ୍ରଜାମେଳି ଏକତ୍ରି କରଣ ସଭା ଅନୁଷ୍ଠିତ ହୋଇଥିଲା । ଦିବା ୧୧ଠାରୁ ୨ଟା ପର୍ଯ୍ୟନ୍ତ ଉକ୍ତ ସଭା ଚାଲିଥିଲା । ଶ୍ରମିକ, କୃଷକ, ମହିଳା, ବେକାରୀ ଓ କଳାକାର ମାନଙ୍କ ଏକତା ମଂଚ ଆହ୍ୱାନରେ ଉକ୍ତ ପ୍ରଜାମେଳି ହୋଇଥିଲା । ଏହି ସଭାରେ ତାଳଜଙ୍ଗ, ରେଖିଦେଇପୁର, ରାଇଛନ୍ଦା, ଏଣ୍ଡଲବା, କବାଟବନ୍ଧ, ମଧୁସୁଦନପୁର, ଚକ୍ରଧରପୁର, ଅଞ୍ଜିରା, ବୃନ୍ଦଦେଇପୁର ଓ ଜେନାପୁର ଗ୍ରାମ ପଂଚାୟତମାନଙ୍କରୁ ୍ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସଭାର ଆଭିମୁଖ୍ୟ ଉକ୍ତ ଅଂଚଳରେ ମୁଣ୍ଡ ଟେକିଥିବା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହ ସାଧାରଣ କୃଷକ, ଶ୍ରମିକ, ମହିଳା, ବେକାରୀ ଓ କଳାକାର ମାନଙ୍କ ଏକତା କରି ଆଗାମୀ ଦିନରେ ଜନସାଧାରଣଙ୍କ ନ୍ୟାର୍ଯ୍ୟଦାବୀ ସରକାରଙ୍କ ନିକଟରେ ଦାବୀ କରିବାକୁ ଏହି ସଭାର ଆବିମୁଖ୍ୟ ରହିଛି । ଉକ୍ତ ସଭାରେ ସଂଯୋଜକ ଦେବବ୍ରତ ରାଉତ ପରିଚାଳନା କରିଥିଲା ବେଳେ ମୁଖ୍ୟ ଅତିଥି ସମାଜସେବୀ ନିର୍ମଳ ସାମଲ, ସମ୍ମାନିତ ଅତିଥି ରବୀନ୍ଦ୍ର ଧିର, ମୁଖ୍ୟ ବକ୍ତା କାଳନ୍ଧୀ କଣ୍ଠ, ସମ୍ମାନିୟ ଅତିଥି ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ଅତିଥି ପରିଚୟ କରିଥିଲେ ଦେବାଶିଷ ନାୟକ, ସ୍ୱାଗତ ଭାଷଣ ଧର୍ମେନ୍ଦ୍ର ମଲ୍ଲ, ଧନ୍ୟବାଦ ଅର୍ପଣ କରିଥିଲେ ସିଦ୍ଧାନ୍ତ ମହାନ୍ତି । ସହଯୋଗୀ ଚକ୍ରଧର ତରାଇ, ସନ୍ତୋଷ ଜେନା, ସୁଭାଷ ଧିର, ବଳରାମ ଦାସ, କୈଳାସ ବଳ ପ୍ରଭୁତି ଏଥିରେ ସହଯାଗ କରିଥିଲେ । ଏହି ଦୁର୍ନୀଥି ବିରୋଧି ଅଭିଯାନ ଧର୍ମଶାଳା ନିର୍ବାଚନ ମଣ୍ଡଳି ଓ ବିଭିନ୍ନ ଅଂଚଳରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ବଳରାମପୁର ଗଡରେ ଦୁର୍ନୀତୀ ବିରୋଧି ପ୍ରଜାମେଳି ସଭା ଅନୁଷ୍ଠିତ
|
January 31, 2019 |