ତା:0୬-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଂଚାୟତ ରାଉଲଡେଗା ମୁଖ୍ୟ ରାସ୍ତା ରୁ ମୁଦି ପଡା କୁ ଯାଇଥିବା ରାସ୍ତା ଟି ବର୍ଷା ପାଣି ରେ ପଚପଚ କାଦୁଅ ଥିବା ଦେଖିବାକୁ ମିଳୁଛି l ତଲସରା ନିର୍ବାଚନ ମଣ୍ଡଳୀ ଥାଇ ତଲସରା ତଳେ ପଡି ରହିଥିବା ଦେଖିବାକୁ ମିଳୁଛି l ଯେତେ ଦରଖାସ୍ତ ଦେଲେ ମଧ୍ୟ କୌଣସି କାମ ଭଲ ଭାବରେ ହୋଇ ପାରୁନି l ଏ ସବୁ ଉପରେ ପ୍ରଶାସନ ନଜର ପଡିଲେ ମଧ୍ୟ ପ୍ରଶାସନ ଚୁପ ରହିଥିବା ତଥା ଅଣଦେଖା କରୁଥିବା ଦେଖିବାକୁ ମିଳିଛି l ଉକ୍ତ ରାସ୍ତା କାଦୁଅ ରେ ପୁରି ରହିଥିବାରୁ ଲୋକେ ଚଲା ଚଳି କରି ପାରୁ ନ ଥିବା ଦେଖିବାକୁ ମିଳିଛି l ଅତି ଶୀଘ୍ର ଏହି ରାସ୍ତା କୁ ନିର୍ମାଣ କରିବା ପାଇଁ ଜନ ସାଧାରଣ ଦାବି କରିଛନ୍ତି ପ୍ରଶାସନ କୁ l
ବର୍ଷା ପାଣି ରେ ରାସ୍ତା ପଚପଚ ପ୍ରଶାସନ ନିରବ ସୁନ୍ଦରଗଡ଼
|
September 6, 2025 |



