ବରୁଣେଶ୍ୱର ମହାବିଦ୍ୟାଳୟରେ ଶିକ୍ଷା ମନ୍ଦିରର ଅଧ୍ୟାପକ

Spread the love

ଯାଜପୁର, ୦୩/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଶୈବପୀଠ ବରୁଣେଶ୍ୱର ମହାବିଦ୍ୟାଳୟର ଶିକ୍ଷା ମନ୍ଦିର ଭାବରେ ବେଶ ପରିଚିତ ଥିବା ସେହି କଲେଜର ଅଧ୍ୟାପକ ବଟକୃଷ୍ଣ ମହାପାତ୍ରଙ୍କୁ କଲେଜର ଅଧ୍ୟକ୍ଷ ଭାବରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ, ବରୁଣେଶ୍ୱର ମହାବିଦ୍ୟାଳୟ ପରିଶରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ କରାଯାଇଥିଲା । ଏହ ଅବସରରେ ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ, ଅତିପ୍ରିୟ ଅଧ୍ୟାପକଙ୍କୁ ଏହି ମହାବିଦ୍ୟାୟର ନୂତନ ଅଧ୍ୟକ୍ଷ ଭାବେ ନୁଯୁକ୍ତି କରାଯାଇଥିବାରୁ ଛାତ୍ର ଏବଂ ଛାତ୍ରୀଙ୍କ ମହଲରେ ଖୁସିର ଲହରି ଖେଳି ଯାଇଥିଲା । ଶ୍ରୀ ମହାପାତ୍ର ଜଣେ ଭଲ ଅଧ୍ୟାପକ ଭାବରେ ଏହି କଲେଜରେ ସୁନାମ ଆଣି ଦେଇଥିବା ବେଳେ, ଛାତ୍ର ଛାତ୍ରୀଙ୍କୁ ଗଢ଼ି ତୋଳିବାରେ ପ୍ରମୁଖ ଭୁମିକା ରହିଚି । ଶ୍ରୀ ମହାପାତ୍ର ଏକାଧାରରେ ଜଣେ ଭଲ ଲେଖକ, ସୁ ସାହିତିକ, ଜଣେ ଭଲ ବକ୍ତା ଭାବରେ ଏହି ମହାବିଦ୍ୟାଳୟର ଗୌରବ ଆଣିଦେଇଛନ୍ତି । ଯାଜପୁର ପୂର୍ବତନ ପୌରଦକ୍ଷ ଭବପ୍ରସାଦ ଦାସ, ବରିଷ୍ଠ ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ଦେଓ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଏହି ସପଥ ପାଠ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରିବା ଅଧ୍ୟାପକଙ୍କର ଦାୟିତ୍ୱ ବୋଲି ଶ୍ରୀ ମହାପାତ୍ର ଶପଥ ନେବାବେଳେ, କହିଥିଲେ । କରୋନା ନିୟମ ପରିଶରରେ ରହିବା ସହିତ ସରକାରଙ୍କ ନିୟମ ଅନୁଯାୟୀ ଗାଡ଼ି ଚାଳନ କରିବା, ନିସା ସେବନ ନକରିବା, ନିଶା ବିରୋଧରେ ସ୍ୱର ଉତ୍ତୋଳନ କରିବା ଛାତ୍ର ଛାତ୍ରୀମାନେ ତାଙ୍କ ନୂତନ ଅଧ୍ୟକ୍ଷକଙ୍କୁ ତାଙ୍କ ଅଫିସକୁ ପାଛୋଟି ନେବା ସହିତ ନୂତନ ଅଧ୍ୟକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ଅଧ୍ୟାପିକା ବିନ୍ଦୁରେଖା ମହାପାତ୍ରଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଛାତ୍ର ଛାତ୍ରୀ ଓ ବହୁ ବୁଦ୍ଧିଜିବୀ ସାହିତିକ ଯୋଗଦେଇଥିଲେ ।

Related Posts

About The Author

Add Comment