ବରିଷ୍ଠ ସାହିତିକଙ୍କ ପରିଲୋକ

Spread the love

ଯାଜପୁର ସଦର, ୩୦ା୦୧: ଯାଜପୁର ଜିଲ୍ଲାର ବରିଷ୍ଠ ସାହିତିକ ସମାଜସେବୀ ଏବଂ ରାଜନୈତକ ନେତା ଭାବେ ହୁସେନ ରବି ଗାନ୍ଧୀ ବିଜୁ ବାବୁଙ୍କର ଅତିପ୍ରିୟ ଲୋକ ଭାବେ ବେଶ ପରିଚତି ଥିଲେ । ବରିଷ୍ଠ ସାହିତିକ ହୁସେନ ରବି ଗାନ୍ଧୀ ଅସୁସ୍ଥ ଥିବାରୁ ଶ୍ରୀ ଗାନ୍ଧୀଙ୍କୁ କଟକ ଶ୍ରୀରାମଭଞ୍ଜ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶ୍ରୀ ଗାନ୍ଧୀ ଚିକିତ୍ସିତ ହେଉଥିବା ବେଳେ, ଶନିବାର ୧୨.୩୦ ମିନିଟରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ଶ୍ରୀ ଗାନ୍ଧୀଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଶ୍ରୀ ଗାନ୍ଧୀଙ୍କ ଜନ୍ମ ଯାଜପୁର ଜିଲ୍ଲା କୋରେଇ ବ୍ଲକ କୋରେଇ ଅଞ୍ଚଳରେ ବୋଲି ଜଣାଯାଇଚି । ଶ୍ରୀ ଗାନ୍ଧୀଙ୍କ ମୃତ୍ୟୁରେ ଜଣେ ଯୋଗ୍ୟତମ ସନ୍ତାନକୁ ହାରଇଲା ବୋଲି କୋରେଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ନନ୍ଦକିଶୋର ସିଂ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ହୁସେନ ରବି ଗାନ୍ଧୀଙ୍କ ମୃତ୍ୟୁରେ ଯାଜପୁର ଜିଲ୍ଲାରେ ଶିକର ଛାୟା ଖେଳିଯାଇଥିବା ବେଳେ ବରିଷ୍ଠ ପଣ୍ଡିତ ଡ. ସୂର୍ଯ୍ୟମଣୀ ଖୁଣ୍ଟିଆ ଯାଜପୁର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୋକବକ୍ତବ୍ୟ କରିଛନ୍ତି । ଶ୍ରୀ ଗାନ୍ଧୀଙ୍କ ମୃତ୍ୟୁରେ ଅଜ୍ଞାନମସ୍କାର ସମ୍ପାଦକ ବାଇଧର ମାଝୀ, ବହୁ ସାହିତିକ, ଲେଖକ, ଶିକ୍ଷାବିତ, ବରିଷ୍ଠ ନାଗରିକ, ସାମ୍ବାଦିକ ମାନେ ଦୁଃଖ ପ୍ରକାଶ କରିବା ସହିତ ଯାଜପୁର ମାଟି ଜଣେ କର୍ତ୍ତବ୍ୟ ପରାୟଣ ସାହିତକକୁ ହରାଇଲା ବୋଲି ଶ୍ରୀ ଗାନ୍ଧୀଙ୍କ ଆତ୍ମାର ସଦ୍ଗତି କାମାନ କରିଛନ୍ତି ବୋଲି ଯାଜପୁର ଜିଲ୍ଲାର ଭଲ ପାଉଥିବା ହୁସେନ ରବି ଗାନ୍ଧୀଙ୍କୁ ତାଙ୍କ ବିୟୋଗରେ ଦୁଃଖ ପ୍ରକାସ କରି କୋରେଇ ମାଟିରେ ଆଉ ଏପରି ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମ ହେବନାହିଁ ବୋଲି ବରିଷ୍ଠ ସାମ୍ବଦିକ ଯାଜପୁର ଜିଲ୍ଲା ପ୍ରତିନିଧି ଏବଂ ରସୁଲପୁର ପ୍ରେସ ଫୋରମର ସଭାପତି ସମ୍ପାଦକ ଏବଂ ସଭ୍ୟମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତୀ ହେଉ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment