ବରିଷ୍ଠ ପୋଲିସ ଅଧିକାରୀ ନକୁଳ ସେନାପତି ଙ୍କ ସମ୍ବର୍ଦ୍ଧନା ସଭା।

Spread the love

ତିହିଡ଼ି  ୧/୩/୨୬  (ସନ୍ଧାନ ନ୍ୟୁଜ)  ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ସଭାଗୃହ ରେ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ନକୁଳ ସେନାପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ବିଶିଷ୍ଟ ସମାଜ ସେବୀ ସରୋଜ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭା ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପାଳିଆ ବିନ୍ଧା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଯଶୋଦା ମଲ୍ଲିକ, ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଦୈନିକ ସମାଜ ର ବରିଷ୍ଠ ସାମ୍ବାଦିକ ରାମ ନାରାୟଣ ନାୟକ, ଦୈନିକ ଅନୁସନ୍ଧାନ ଖବର କାଗଜ ର ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ, ପ୍ରମେୟ ର ସାମ୍ୱାଦିକ ଅଭୟ ପତି, ଅନ୍ୟ ମାନଙ୍କ ମଧ୍ୟ ରେ ସମିତି ସଭ୍ୟ ଶ୍ରୀଯୁକ୍ତ ଜୀବନ ଜ୍ୟୋତି ପଲେଇ,ବରିଷ୍ଠ ନେତା ନବକିଶୋର ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ୱାଡ ମେମ୍ବର ଇନ୍ଦ୍ରଜିତ ନାୟକ, ତାପସ ଦାଶ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ। ସମସ୍ତ ଅତିଥି ଶ୍ରୀଯୁକ୍ତ ନକୁଳ ସେନାପତି ଙ୍କ ୪୨ବର୍ଷ ର ପୋଲିସ କାର୍ଯ୍ୟକାଳ ସଂପର୍କ ରେ ଆଲୋଚନା କରି ଥିଲେ। ନକୁଳ ସେନାପତି ଙ୍କୁ ଜଣେ ଜଣାଶୁଣା କବି ରୁପେ ଘୋଷଣା କରିଥିଲେ ଦୈନିକ ସମାଜ ର ସାମ୍ୱାଦିକ ରାମ ନାରାୟଣ ନାୟକ। ବାକି ଜୀବନ ସମାଜ ସେବା କରିବି ବୋଲି ଶ୍ରୀଯୁକ୍ତ ନକୁଳ ସେନାପତି ଗଣ ମାଧ୍ୟମ କୁ ସୂଚନା ଦେଇ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଆଗେଇ ନେଇଥିଲେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment