ରାଉରକେଲା, ୧୨/୧୦/୨୦୨୦ (ସନ୍ଧାନ ନିଉଜ) : ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ସାରନଗରୀ ସୁପରମାର୍କେଟ ସ୍ଥିତ ପରିବା ମାର୍କେଟରେ ମୋବାଇଲ ଚୋରି ହୋଇ ଯାଇଥିବା ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ଗ୍ରହଣ କଲାପରେ ମୋବାଇଲ ଚୋରି ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଫର୍ଟିଲାଇଜର ଟାଉନସିପ ‘ଇ’ ବ୍ଲକ କ୍ୱାଟର ନଂ-୨୮୯ରେ ୭୨ ବର୍ଷିୟ ପତିତ ପାବନ ରାୟ ସପରିବାର ବାସ କରନ୍ତି । ଆଜି ସକାଳେ ବରିଷ୍ଠ ନାଗରିକ ଶ୍ରୀ ରାୟ ପରିବା କିଣିବାକୁ ସ୍ଥାନୀୟ ସୁପର ମାର୍କେଟ ପରିବା ବଜାରକୁ ସକାଳ ପ୍ରାୟ ୯ଟାରେ ବାହାରିଥିଲେ । ସେ ପରିବା ବଜାରରୁ ଟମାଟର ସଂଗ୍ରହ କରୁଥିବା ବେଳେ, କୌଣସି ଅଜଣା ଦୁବୃର୍ତ ତାଙ୍କର ଅନ୍ୟମନସ୍କତାର ସୁଯୋଗ ନେଇ ସେ କୁର୍ତା ପକେଟରେ ରଖିଥିବା ଦାମୀ ସ୍ମାର୍ଟ ମୋବାଇଲକୁ କୌଶଳ କ୍ରମେ ଚୋରି କରି ନେଇଥିଲା । ମୋବାଇଲ ଚୋରି ଘଟଣା ସମ୍ପର୍କରେ ଶ୍ରୀ ରାୟ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି ।
ବରିଷ୍ଠ ନାଗରିକଙ୍କ ମୋବାଇଲ ଚୋରି
|
October 12, 2020 |