ବରିଷ୍ଠ ନାଗରିକଙ୍କ ପରଲୋକ।

Spread the love

ଜେନାପୁର,୧୪/୧୦/(ସନ୍ଧାନ ନ୍ୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣୀଡ଼ିହ ପଞ୍ଚାୟତ ଅଧିନ ରାମଚନ୍ଦ୍ରପୁର ଗ୍ରାମର ବରିଷ୍ଠ ନାଗରିକ ତଥା ସମାଜସେବୀ ଅର୍ଜୁନ ଚରଣ ଭୂୟାଁଙ୍କ (୭୫) ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ପରୋପକାରୀ,ବ୍ୟକ୍ତି ଭାବେ ସ୍ଥାନୀୟ ଜଣାଶୁଣା ଥିଲେ। ଉପର ଛକ ବଜାର କମିଟିର ମଧ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ନିକଟରେ ବିଭିନ୍ନ ବ୍ୟକ୍ତି ବିଶେଷ ପହଞ୍ଚି ତାଙ୍କ ବିୟୋଗରେ ସାହାଣୀଡ଼ିହ ବିଜୁ ଜନତା ଦଳ ସଭାପତି ଗିରିଧାରୀ ଜେନା,ସାହାଣୀଡ଼ିହ ସରପଞ୍ଚଙ୍କ ପ୍ରତିନିଧି ବାବୁଲି ସାମଲ, ସମିତି ସଭ୍ୟଙ୍କ ପ୍ରତିନିଧି ଅଭିନ୍ନ କୁମାର ମଲ୍ଲିକ ସମାଜସେବୀ ଉଦୟ ପରିଡ଼ା, ଚକାଆଖି ସ୍ପୋର୍ଟିଂ ଆଣ୍ଡ ସୋସିଆଲ ଅର୍ଗାନାଇଜେସନର ସଦସ୍ୟ ,ବିଜୁ ଜନତା ଦଳ ସଭାପତି ଶକ୍ତିରଞ୍ଜନ ଦାସ, ସମାଜସେବୀ ଅଜୟ ବେହେରା, ଚଢ଼େଇଧରା ଆନନ୍ଦ ବଜାର ବଣିକ ସଙ୍ଘ ପକ୍ଷରୁ ସମ୍ପାଦକ, କୋଷାଧ୍ୟକ୍ଷ, ଉପସଭାପତି ଏବଂ ଅନ୍ୟାନ୍ୟ ବ୍ୟବସାୟୀ ଏବଂ ଗୋପବନ୍ଧୁ ପ୍ରେସ କ୍ଲବ କବାଟବନ୍ଧ ପକ୍ଷରୁ ଶୋକ ପ୍ରକାଶ କରିବା ସହିତ ପ୍ରେସ କ୍ଲବର ସଭାପତି ବସନ୍ତ କୁମାର ମଲ୍ଲିକ,ସମ୍ପାଦକ ଚିତ୍ରସେନ ନାଥ, ଉପଦେଷ୍ଟା ପ୍ରଶାନ୍ତ ସାମଲ,ସହ ସମ୍ପାଦକ ନିଷ୍କାନ୍ତ ଖଟୁଆ, ଉପସଭାପତି ଅସିତ କୁମାର ନାୟକ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ।

Related Posts

About The Author

Add Comment