ବରିଷ୍ଠ ନାଗରିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ବରିଷ୍ଠ ନାଗରିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
Manas Kumar Rout |
June 7, 2019 |
ଭଦ୍ରକ, ୭/୬ (ସନ୍ଧାନ ନିୟୁଜ) ଚରମ୍ପା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ମାସକ ତଳେ ମାଡି ଆସିଥିବା ମହାବିପତ୍ତି ବାତ୍ୟା ‘ଫନୀ’ର ଆକ୍ରାନ୍ତଙ୍କ ପାଇଁ ସହଯୋଗ ଯୋଗାଇବା ଲକ୍ଷ୍ୟ ନେଇ ଆଜି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କାର ଚେକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଚେକ ପ୍ରଦାନ ବେଳେ ସଂଘର ସଭାପତି ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ, ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, କାର୍ଯ୍ୟକାରୀ ସଦସ୍ୟ କଳାକାର ମିଶ୍ର, ପଦ୍ମଲୋଚନ ମହାଳିକ, ବିଜୟ କୁମାର ସେନାପତି, ଶଶୀକାନ୍ତ ପାଢୀ, ବିଶ୍ୱନାଥ ବେହେରା, ସୁଦର୍ଶନ ସାହୁ ଉପସ୍ଥିତ ଥିଲେ । ସଂଘର ଏପରି ଉଦ୍ୟମକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ ।
Related Posts
About The Author