ବନ ବିଭାଗ ର ଚଢ଼ାଉ – ଲେମ୍ବୁ ବଗିଚା ରୁ ଲକ୍ଷା ଧିକ ଟଙ୍କା ର ଚୋରା କାଠ ଜବତ |

Spread the love

ଭୁବନେଶ୍ୱର, ୧୮/୦୯/୨୦ (ସନ୍ଧାନ ନିଉଜ) – ଆଜି ପୂର୍ବାହ୍ନ ରେ ଦେଉଳି ବନାଞ୍ଚଳ ଅଧୀନ ପାଟିଆଶିମୁଳି ଗ୍ରାମ ର ତିନିଟି ଲେମ୍ବୁ ବଗିଚା ରୁ ଲକ୍ଷା ଧିକ ଟଙ୍କା ର ଚୋରା କାଠ ଜବତ କରିଛି ବନ ବିଭାଗ |କବାଟ ବନ୍ଧ 165ଖଣ୍ଡ, ରିମୁଳି ଓ କସି ପଟା 156ଖଣ୍ଡ |ମୋଟ ଜବତ ପଟା 112ଘନ ଫୁଟ ଯାହାର ମୂଲ୍ୟ ଦେଢ଼ ଲକ୍ଷ୍ୟ ଟଙ୍କା ହେବ ବୋଲି ଆକଳନ କରାଯାଇଛି |ଯେଉଁ ଲେମ୍ବୁ ବଗିଚା ରୁ ଚୋରା କାଠ ଜବତ କରାଗଲା ତାର ଦାବି ଦାର କେହି ନାହାନ୍ତି |ଏ ନେଇ ଦେଉଳି ରେଞ୍ଜ କେଶ ନମ୍ବର 21/20/21 ମୂଳେ ଏକ ମାମଲା ରୁଜୁ କରାଯାଇ ଜବତ ଚୋରା କାଠ କୁଳିଅଣା ବନ ପାଳ ଙ୍କ କାର୍ଯାଳୟ ପରିସର ରେ ରଖାଯାଇଛି |ଦେଉଳି ବନାଞ୍ଚଳ ଅଧିକାରୀ ରବିନାରାୟଣ ମହାନ୍ତି ଙ୍କ ନେତୃତ୍ୱ ରେ କୁଳିଅଣା ବନ ପାଳ ଗୁରୁବାରୀ ମାରାଣ୍ଡି, ଚାନ୍ଦୁଆ ବନ ପାଳ ଆଶିଷ କୁମାର ବେହେରା, ଶୁଳିଆପଦା ବନପାଳ ଜଗଦୀଶ କୁମାର ସାହୁ, ମୋବାଇଲ ଡେପୁଟି ରେଞ୍ଜର ଜ୍ୟୋତି ରଞ୍ଜନ ସାହୁ ତଥା ସମସ୍ତ ବନରକ୍ଷୀ ମାନେ ଏହି ଚଢାଉ ରେ ସାମିଲ ଥିଲେ |

Related Posts

About The Author

Add Comment