ବନ୍ଧଡିହ ହାଇସ୍କୁଲର ବାର୍ଷିକ କ୍ରିଡ଼ା ଉତ୍ସବ ଉଦ୍ଘାଟନ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୦୫ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ହାଇସ୍କୁଲ ପରିଶରରେ ବନ୍ଧଡିହ ହାଇସ୍କୁଲର ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବନ୍ଧଡିହ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଳେ, ବାର୍ଷିକ କ୍ରିଡ଼ା ଉତ୍ସବକୁ ରସୁଲପୁର ବ୍ଲକ  ପ୍ରଭଞ୍ଜନ ପତି ଏବଂ ବନ୍ଧଡିହ ସରପଞ୍ଚ ବିକ୍ରମ ବେହେରା, ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ଆଚାର୍ଯ୍ୟ ପ୍ରଦିପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ବନ୍ଧଡିହ କ୍ଲଷ୍ଟର ସିଆରସିସି ଶ୍ରିବତ୍ସ ସାହୁ ଯୋଗଦାନ କରି ବାର୍ଷିକ କ୍ରିଡ଼ା ଉତ୍ସବ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ । ସମ୍ମାନୀୟ ଅତିଥି ବନ୍ଧଡିହ କ୍ରିଡ଼ା ଉତ୍ସବର ଉଦ୍ଘାଟନ ଉପରେ ବକ୍ତବ୍ୟ ରଖିଥିବା ବେଳେ, ବନ୍ଧଡିହ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ରସୁଲପୁର ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ପ୍ରଭଞ୍ଜନ ପତି ଯୋଗଦାନ କରି କ୍ରିଡ଼ା ଉତ୍ସବ ଉପରେ ଶ୍ରୀଯୁ୍‌କ୍ତ ପତି ବକ୍ତବ୍ୟ ରଖିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ସୁନାମ ବଜାଇ ରଖିବା ଲାଗି ପରାମର୍ଶ ଦେଇଥିଲେ । ବନ୍ଧଡିହ ହାଇସ୍କୁଲର ଏସଏମସି କମିଟିର ସଭାପତି ପ୍ରଶାନ୍ତ ପାଢ଼ୀ(ବୁଲୁ) ଯୋଗଦାନ କରି ଏହି ବିଦ୍ୟଳୟର ଉଚ୍ଚପ୍ରଶଂସା କରିବା ସହିତ କୋମଳମତି ବାଳିକା ବାଳକ ମାନଙ୍କୁ ଏନେଇ ଅନୁଷ୍ଟିତ କରାଯାଉଥିବା ବାର୍ଷିକ କ୍ରିଡ଼ା ଉପରେ ଶ୍ରୀଯୁକ୍ତ ପାଢ଼ୀ ବକ୍ତବ୍ୟ ରଖିଥିଲେ । ବନ୍ଧଡିହ ହାଇସ୍କୁଲ କ୍ରିଡ଼ା ଶିକ୍ଷକ ସୁଶାନ୍ତ କୁମାର ସାହାଣୀଙ୍କ ନେତୃତ୍ୱରେ ଅନୁଷ୍ଟିତ ହେଉଥିବା କ୍ରିଡ଼ାକୁ ପରିଚାଳନା କରୁଥିବା ବେଳେ, ଶ୍ରୀଯୁକ୍ତ ସାହାଣୀ ତାଙ୍କ ବକ୍ତବ୍ୟରେ କହିଲେ ବନ୍ଧଡିହ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏହି କ୍ରିଡ଼ା ଉତ୍ସବ ଅନୁଷ୍ଟିତ କରାଯାଉଚି । ସିଆରସିସି ତାଙ୍କ ବକ୍ତବ୍ୟରେ କହିଲେ କ୍ରିଡ଼ାରେ ହାରିବା ଜିତିବା ବଡ଼କଥା ନୁହେଁ ଯାହାକି ଏହି କ୍ରିଡ଼ାରେ ଭାଗ ନେଇଥିବା ଶ୍ରୀଯୁକ୍ତ ସାହୁ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସଭାପତି ଶ୍ରୀମତୀ ସ୍ୱର୍ଣ୍ଣଲତା ଆଚାର୍ଯ୍ୟ ଜଗନ୍ନାଥଙ୍କ ଉପରେ ଏକ ଶ୍ଲୋକ ପାଠ କରି ବିଦ୍ୟଳୟର ବାର୍ଷିକ କ୍ରିଡ଼ା ଉତ୍ସବ ଉପରେ ଶ୍ରୀମତୀ ଆଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ । ଦେଶାତ୍ମକ ସଙ୍ଗିତ ଜନଗଣ ମନ ଅଧିନାୟକ ଜୟ ହେ ଗାନ କରାଯାଇଥିଲେ ଜାତୀୟ ପତାକାକୁ ସାଲ୍ୟୁଟ କରିଥିଲେ । ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ବ୍ୟାଚ ପ୍ରଦାନ କରିବା ସହିତ ଫୁଲ ତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବନ୍ଧଡିହ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ସାହାଯ୍ୟ ସହଯୋଗ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରି ବାର୍ଷିକ ଉତ୍ସବରେ ବକ୍ତବ୍ୟ ରଖିଥିଲେ ।

Related Posts

About The Author

Add Comment