ଯାଜପୁର ସଦର ୨୮/୧ (ସନ୍ଧାନ ନିୟୁଜ/ ଗୋପିନାଥ ଦାଶ) ୭୧ ତମ ଜନରାଜ୍ୟ ଦିବସ ଅବସରରେ ରସୁଲପୁର ବ୍ଲକ୍ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧଡିହ ଠାରେ ତାର ବାର୍ଷିକ କି୍ରଡ଼ାର ପୁରଷ୍କାର ଉତ୍ସବ ଆଜି ଦିବା ୧୦ ଘଟିକା ସମୟରେ ଉଜ୍ଜାପନ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର ଦାସଙ୍କ ନେତୃତ୍ୱରେ ଏହି ସଭାଟି ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଶିକ୍ଷାବିତ ବିଶ୍ୱନାଥ ସ୍ୱାଇଁ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଜୟ କୁମାର ଜେନା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଏବଂ ପ୍ରଶାନ୍ତ କୁମାର ପାଢ଼ୀ ତଥା ଶିକ୍ଷୟତ୍ରୀ ସ୍ୱାର୍ଣ୍ଣାଞ୍ଜଳୀ ଆଚାର୍ଯ୍ୟ, ଇନ୍ଦ୍ରମଣି ନାୟକଙ୍କ ସହିତ କି୍ରଡ଼ା ଶିକ୍ଷକ ସୁଶାନ୍ତ କୁମାର ସାହାଣୀ ଏହ ସଭାରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଚମ୍ପିୟାନ ଛାତ୍ର ଛାତ୍ରୀ ସୁଶ୍ରୀସଙ୍ଗିତ ବେହେରା, ନିଶିକାନ୍ତ ସାମଲ, ଇତିଶ୍ରୀ ବେହେରା, ସ୍ୱାଗତମ ବେହେରା ।
ବନ୍ଧଡିହ ସରକାରୀ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ାର ପୁରସ୍କାର ବିତରଣ ଉତ୍ସବ
|
January 28, 2020 |



