ଯାଜପୁର ସଦର, ୧୭ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା କରିଥିବା ବାର୍ଦ୍ଧକ୍ୟ, ବିଧବ, ହେଣ୍ଡକ୍ୟାପ ଭତ୍ତା ବଣ୍ଟନ କରାଯାଉଥିବା ବେଳେ, ଆଜି ବନ୍ଧଡିହ ପଂଚାୟତର ରାଜିବଗାନ୍ଧି ସେବା କେନ୍ଦ୍ର ପରିଶରରେ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ ବେହେରାଙ୍କ ତତ୍ୱାବଧାନରେ ରସୁଲପୁର ବ୍ଲକର ପ୍ରଶାସନ ଅଧିକାରୀ ମାନେ ମଧୁବାବୁ ପେନସନ ହିତାଧିକାରୀ ମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ । ସେହିପରି ବନ୍ଧଡିହ ପଂଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀ କାଳନ୍ଦି ଚରଣ ବାରିକ ସାହାଯ୍ୟ ସହଯୋଗ କରିଥିବା ବେଳେ, ହିତାଧିକାରୀ ମାନଙ୍କୁ ଶାନ୍ତି ଶୃଙ୍ଖଳା ସହିତ ନୂଆ ଏବଂ ପୁରୁଣା ଭତ୍ତା ବଣ୍ଟନ କରାଯାଇଥିଲା ।
ବନ୍ଧଡିହ ପାଂୟତରେ ମଧୂବାବୁ ପେନସନ ଯୋଜନା ବଣ୍ଟନ
|
April 17, 2024 |