ବନ୍ଧଡିହ ପଂଚାୟତରେ ବିଧବା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚତ

Spread the love

ଯାଜପୁର ସଦର, ୧୫ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବିଧବା ଏବଂ ବାର୍ଦ୍ଧକ୍ୟ ମାନଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଚି । ବର୍ଷ ବର୍ଷ ଧରି ଏହି ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ଚତ ହୋଇଥିବା ଅଭିଯୋଗ ହୋଇଚି । ବ୍ଲକ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଭତ୍ତା ବର୍ଷ ବର୍ଷ ଧରି ଦିଆନଯାଉଥିବା ଅଭିଯୋଗ ହୋଇଚି । ଏହି ଗ୍ରାମର ଜଣେ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚତ ହୋଇଥିବା ବେଳେ, ଜଣେ ବିଧବା ମହିଳାଙ୍କୁ ବର୍ଷ ବର୍ଷ ଧରି ଭତ୍ତା ମିଳୁନଥିବା ଅଭିଯୋଗ ହୋଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବନ୍ଧଡିହ ପଂଚାୟତର ୧ନଂ ୱାର୍ଡ଼ର ବିଧବା ସାରିଆ ସାହୁ ଏକବର୍ଷ ହେଲା ଭତ୍ତା ପାଇନଥିବା ବେଳେ, ଏହି ୱାର୍ଡ଼ର ମାଳତୀ ପଣ୍ଡା ଭତ୍ତାରୁ ବଞ୍ଚତ ହୋଇଛନ୍ତି. ସେହିପରି ଏହ ପଂଚାୟତର ବହୁ ଗିରବ ବିଧବା ମହିଳା ଭତ୍ତା ପାଇନଥିବା ଜଣାଯାଇଚି । ଏହି ନିରାଶ୍ରୟ ମହିଳା ଏବଂ ଭିନ୍ନକ୍ଷମ ବ୍ରହ୍ମାନନ୍ଦ ସାହୁ ଭତ୍ତା ଏକ ବର୍ଷ ହେଲା ମିଳି ନଥିବା ଜଣାଯାଇଚି । ଏହି ଅସହାୟ ଗିରବ ଲୋକମାନଙ୍କୁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ନୟ୍ୟାନ୍ତ ହୋଇଥିବା ବେଳେ, ସେମାନେ ଭତ୍ତାରୁ ବଞ୍ଚତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ରସୁଲପୁର ବିଡ଼ିଓ ଦୃଷ୍ଟି ଦେବା ସହିତ ଏହି ଗିରବ ବିଧବା ମହିଳା ମାନଙ୍କୁ ଭତ୍ତା ଦେବାଲାଗି ଦାବି କରାଯାଉଚି ।

Related Posts

About The Author

Add Comment