ବନ୍ଦ ହେଲା ବାବା ଆଖଣ୍ଡଳ ମଣିଙ୍କ ଦର୍ଶନ

Spread the love
ଆରଡ଼ି, 03/05 (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) କୋରାନା ର ଦ୍ଵିତୀୟ ଲହରୀ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ବାବା ଆଖଣ୍ଡଳ ମଣି ଦର୍ଶନ ଉପରେ ରୋକ୍ ଲଗାଯାଇଛି। ଆରଡ଼ି କୁ ଭକ୍ତ ଙ୍କୁ ମନା। ବାବା ଆଖଣ୍ଡଳମଣି ମନ୍ଦିର କିଛି ଦିନ ହେଲା କୋଭିଡ୍ କଟକଣା କୁ ମାନି ସେବାୟତ ଓ ଭକ୍ତ ମାନଙ୍କୁ ବାବା ଦର୍ଶନ ନିମନ୍ତେ ଅନୁମତି ମିଳିଥିବା ବେଳେ ଆଜି କରୋନା ର ଦ୍ଵିତୀୟ ଲହରୀ ଅତି ମାରାତ୍ମକ ହେବାଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିର ବନ୍ଧ ରଖାଯିବ ବୋଲି ସୂଚନା ମିଳିଛି। କେବଳ ସୀମିତ ସେବାୟତ ଙ୍କ ଦ୍ଵାରା ବାବା ଙ୍କ ନିତିକାନ୍ତି ହେବ। ସେବାୟତ ମାନେ କୋଭିଡ୍ ନିୟମ ମାନି ନିତିକାନ୍ତି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଛି। ସବୁଠାରୁ ବଡ଼ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ସେବାୟତ ଙ୍କ ପରିବାର ଲୋକ ଙ୍କ ଦୁଃଖ କହିଲେ ନ ସରେ। କିଛି ମାସ ତଳେ ପ୍ରଶାସନ ଦ୍ଵାରା ଆଖଣ୍ଡଳ ମଣି ମନ୍ଦିର ଖୋଲିବା ଯୋଗୁ ସେବାୟତ ପରିବାର ର ରୋଜଗାର କ୍ଷମ ଯୁବକ ମାନେ ଗାଁ କୁ ଫେରି ଆସିଥିଲେ। କିନ୍ତୁ ବର୍ତ୍ତମାନ ର ପରିସ୍ଥିତିରେ ପୁଣି ନିଜର ରୋଜଗାର ହରାଇ ବସଛନ୍ତି। ଆରଡ଼ି ଉପକୂଳ ଜମି ଗୁଡ଼ିକ ଚାଷ ଉପଯୋଗୀ ହୋଇ ନଥିବାରୁ ଚାଷ କାର୍ଯ୍ୟରୁ ଏମାନେ ବଞ୍ଚିତ ହୋଇଛନ୍ତି। କୋରନା କାଳରେ ରାଜ୍ୟର ଅନେକ ମନ୍ଦିର ସେବାୟତ ଙ୍କୁ ରାଜ୍ୟ ସରକାର ଙ୍କ ଠାରୁ ଅନେକ ସହାୟତା ମିଳିଥିବା ବେଳେ ଆରଡ଼ି ର ସେବାୟତ ମନେ ଏଥିରୁ ବଞ୍ଚିତ ଥିବା ଜଣାପଡିଛି।

Related Posts

About The Author

Add Comment