ବନ୍ଦେଉତ୍କଳ ଜନନୀ ସଭାପତିଙ୍କର ପରଲୋକ

Spread the love

ଯାଜପୁର ସଦର,୦୬।୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ ଅରଙ୍ଗାବାଦ ବନ୍ଦେ ଉତ୍କଳ ଜନନୀର ସଭାପତି ଉଦୟନାଥ ଶତପଥିଙ୍କ ଯାଜପୁରର ଟାଉନରେ ତାଙ୍କ ବାସଭନରେ ପରଲୋକ ହୋଇଯାଇଚି। ସେ ଦିର୍ଘ ଦିନ ହେଲା ଅସୁସ୍ଥ ରହିଥିବା ବେଳେ, ୭୬ ବର୍ଷ ବୟଷରେ ଶ୍ରୀ ଶତପଥି ସମସ୍ଥଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ଶ୍ରୀ ଶତପଥିଙ୍କ ପରଲୋକ ଖବର ପାଇଁ ବନ୍ଦେ ଉତ୍କଳ ଜନନୀର କର୍ମକର୍ତ୍ତା ମାନେ ଯାଜପୁର ଟାଉନ ସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତଃ ରିବଲାବଣ୍ୟ ଦାଶଙ୍କ ନେତୁତ୍ୱରେ ୧୯୭୫ ମସିହାରେ ବନ୍ଦେ ଉତ୍କଳ ଜନନୀ ଅନୁଷ୍ଠାନ ଗଢ଼ା ଯାଇଥିବା ବେଳେ, ଶତପଥିଙ୍କ ବିୟୋଗରେ ଶ୍ରୀ ଲାବଣ୍ୟଙ୍କର ଦୁଇପୁତ୍ର ପ୍ରଧ୍ୟାପକ ବଳଭଦ୍ର ଦାଶ, ଆଇନି ଜୀବି ଶ୍ରାମ ପ୍ରଶାଦ ଦାଶ, ପ୍ରଦ୍‌ୁ୍ୟଷ ପଟ୍ଟନାୟକ, କାହ୍ନୁଚରଣ ଦାଶ, ରମାକାନ୍ତ ଜେନା, ପ୍ରଫୁଲ ସ୍ୱାଇଁ ଦୁଃଖ ପ୍ରକାସ କରିବା ସହିତ ଶ୍ରୀ ଶତପଥିଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

Related Posts

About The Author

Add Comment