ବଦଳିଲେ ଯାଜପୁର ଅବକାରୀ ଅଧିକ୍ଷକ; ଅଜୟ କୁମାର ବେହେରା ନେବେ ନୂଆ ଦାୟିତ୍ୱ ​

Spread the love

ଯାଜପୁର/୨୧/୦୪/(ସନ୍ଧାନ ନ୍ୟୁଜ )ଯାଜପୁର ଜିଲ୍ଲା ଅବକାରୀ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଦିବ୍ୟ କିଶୋର ତଣ୍ଡେଇଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅଜୟ କୁମାର ବେହେରା ନୂତନ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଫେବୃଆରୀ ମାସରେ ଦିବ୍ୟ କିଶୋର ତଣ୍ଡେଇ ଯାଜପୁରରେ ଯୋଗ ଦେଇଥିଲେ। ମାତ୍ର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାରେ ଅବକାରୀ ସଂକ୍ରାନ୍ତୀୟ ଦୁର୍ନୀତି ବଢ଼ୁଥିବା ନେଇ ସାମାଜିକ କର୍ମୀ ସବ୍ୟସାଚୀ ସାହୁ ବିଭିନ୍ନ ସରକାରୀ ଦପ୍ତରରେ ନିରନ୍ତର ଅଭିଯୋଗ କରିଆସୁଥିଲେ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ପ୍ରକାଶିତ ଚିଠି ନମ୍ବର ୨୦୮୯ ଅନୁଯାୟୀ:

​ବର୍ତ୍ତମାନର ଅଧିକ୍ଷକ ଦିବ୍ୟ କିଶୋର ତଣ୍ଡେଇଙ୍କୁ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ (OSBC) କୁ ବଦଳି କରାଯାଇଛି।

​ସେହିପରି ସମ୍ବଲପୁର OSBC ର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଅଜୟ କୁମାର ବେହେରାଙ୍କୁ ଯାଜପୁରର ନୂତନ ଅବକାରୀ ଅଧିକ୍ଷକ ଭାବେ ନିଯୁକ୍ତି ମିଳିଛି।

​ନୂତନ ଅଧିକ୍ଷକ ଦାୟିତ୍ୱ ନେବା ପରେ ଜିଲ୍ଲାରେ ଅବକାରୀ ବ୍ୟବସ୍ଥାରେ ସୁଧାର ଆସିବ ଏବଂ ଦୁର୍ନୀତି ଉପରେ ରୋକ୍ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Related Posts

About The Author

Add Comment