ବଦଳିଛି ତରିକା: କୋଭିଡ଼ କଟକଣାରେ ଘରେ ବଣଭୋଜିର ଆସର!

Spread the love
  •  
  •  
  •  
  •  
  •  

ରାଉରକେଲା, ୦୯/୦୧/୨୧ (ସନ୍ଧାନ ନିଉଜ) : ଗତବର୍ଷ କରୋନା ମହାମାରୀ ତାହାର କରାଳରୂପ ପ୍ରଦର୍ଶନ କରିବା ଯୋଗୁ ସମସ୍ତ କ୍ଷେତ୍ରରେ କିଛିନା କିଛି ପ୍ରଭାବ ଅନୁଭୂତ ହୋଇଛି । ଲୋକଙ୍କ ଜୀବନଶୈଳୀ ହୋଇଛି ବ୍ୟାପକ ପରିବର୍ତନ । ଜୀବନରେ କିଛିଟା ମୂହୂର୍ତ ଅତିବାହିତ କରିବା ପାଇଁ ପିକନିକ ପାଲଟିଛି ଲୋକଙ୍କ ଆମୋଦପ୍ରମୋଦର ଏକ ନିଆରା ମାଧ୍ୟମ । ବର୍ତମାନ ଶୀତ ରୁତୁରେ ପିକନିକ(ବଣଭୋଜି)ର ଆସର କାଁଭାଁ ଦେଖିବାକୁ ମିଳୁଥିବା ବେଳେ, ଘରେ ଅଳ୍ପ ସଦସ୍ୟଙ୍କୁ ନେଇ କୋଭିଡ଼ ନିୟମରେ ଚାଲିଛି ଘରୋଇ ପିକନିକ ମାହୋଲ! ଦକ୍ଷିଣ ରାଉରକେଲା ତଥା ସହରତଳି  କିଛି ଗ୍ରାମାଂଚଳରେ ବାସ କରୁଥିବା ଲୋକେ ଘରେ ପରିବାର ସଦସ୍ୟ, ବନ୍ଧୁ ପରିଜନ, ସମ୍ପର୍କୀୟ ମାନଙ୍କ ସହ ଏକାଠି ହୋଇ ନିଜେ ହାତରନ୍ଧା ସୁସ୍ୱାଦୁ ଭୋଜନ ପ୍ରସ୍ତୁତି କରିବା ସହ ସାମାଜିକ ଦୂରତାରେ ପିକନିକ କରିବା ପ୍ରାୟତଃ ଦେଖିବାକୁ ମିଳୁଛି । ଅପରପକ୍ଷରେ କୌଣସି ପର୍ଯ୍ୟଟନ ସ୍ଥଳରେ ପିକ୍‌ନିକ କଲେ ପ୍ରାକୃତିକ ସୌଦର୍ଯ୍ୟ ସହ ନିରୋଳା ଓ ଏକାନ୍ତ ପରିବେଶର ଯେଉଁ  ନିଆରା ଅନୁଭୂତି ଦେଖା ଦେଇଥାଏ, ତାହା ହୁଏତ ଏତେଟା ଅନୁଭବ  କରି ହେଉନାହିିଁଁ  ବୋଲି  ଦକ୍ଷିଣ ରାଉରକେଲାର କିଛି ପରିବେଶବିତ ମତ ଦେଇଛନ୍ତି । ଚଳିତ ନବବର୍ଷରେ ସବୁଠି ବଦଳିଛି ଶୁଭେଚ୍ଛା ବାର୍ତା ଆଦାନ ପ୍ରଦାନର ଶୈଳୀ । ପୂର୍ବରୁ ନୂଆବର୍ଷ ଆସିବା ପରେ ଲୋକେ କରମର୍ଦ୍ଦନ କରି ଓ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ବାର୍ତା ବାଟୁଂଥିବା ବେଳେ, ଏବେକାର ସ୍ଥିତିରେ କୋଭିଡ଼ ନିୟମକୁ କିଛି ଅମାନିଆ ଫୁ କରୁଥିବା ବେଳେ, ଅନେକ ଅନୁସରଣ କରୁଥିବା ଦେଖିବାକୁ ମିିଳିିଛି ।ଘର ଅବା ବାରି ଅଗଣାରେ ଜଳୁଛି ଚୁଲି! ସେଠାରେ ବିଭିନ୍ନ  ସୁଆଦିଆ ବ୍ୟଜଂନ ପ୍ରସ୍ତୁତି ନିମନ୍ତେ ପିକନିକ କରୁଥିବା ବ୍ୟକ୍ତି ମାନେ କାଠ ଚୁଲି ଅବା ଗ୍ୟାସ ଦ୍ୱାରା ରୋଷଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ଯାହାକି  ଘରୋଇ ପିକ୍‌ନିକରେ ସାମିଲ ବ୍ୟକ୍ତି ମାନଙ୍କୁ  ମାନସିକ ଆତ୍ମତୃପ୍ତି ଦେଉଛି ବୋଲି ପ୍ରକାଶ କରିଛନ୍ତି ଦକ୍ଷିଣ ରାଉରକେଲା ସାରନଗରୀର କନଷ୍ଟ୍ରକସନ କଲୋନୀ ‘ଏ’ ବ୍ଲକରେ ସପରିବାର ବାସ କରୁଥିବା ଗୃହିଣୀ ବାସନ୍ତୀ ମହାନ୍ତି ।
ନୂଆବର୍ଷର ପ୍ରଥମ ରବିବାରରେ ଦକ୍ଷିଣ ରାଉରକଲାର କିଛି କଲୋନୀରେ ପରିବାର ସଦସ୍ୟ ମାନେ ଘରୋଇ ପିକନିକର ମଜା ଉଠାଇଥିଲେ । ଘର ପ୍ରାଙ୍ଗଣରେ ପିକନିକ ପାଳନ କରିବା ସହ ସଙ୍ଗୀତର ମୂର୍ଚ୍ଛନାରେ  ଝୁମି ଉଠିବା ଦେଖିବାକୁ ମିଳିଥିଲା, ହେଲେ ପ୍ରତ୍ୟେକ କ୍ଷେତ୍ରରେ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ଅନୁସରଣ କରିଥିଲେ ବହୁ ପରିବାର ସଦସ୍ୟବୃନ୍ଦ । ସେହିପରି ସ୍ଥାନୀୟ ଅଂଚଳର କିଛି କ୍ଲବରେ ଘରୋଇ ରୋଷେଇ ଢାଂଚାରେ ଖାଦ୍ୟ ପ୍ରସ୍ତୁତ କରି ଲୋକେ ପିକନିକ ପାଳିଥିଲେ । ଏହା ସହ ଏଭଳି ପିକନିକରେ ନିଜ ନିଜ ମଧ୍ୟରେ ଭାତୃତ୍ୱ, ଭାଇଚାରାର ବାର୍ତା ବାଂଟିବା ସହ ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ, ସୁଖ, ସମୃଦ୍ଧି, ପ୍ରଗତି ଓ ନୂତନ ସମ୍ଭାବନାର ଆଣି ଦେଉ ବୋଲି ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment