ବାରିପଦା ୨୨/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଇତି ମଧ୍ୟରେ ୩୨୩ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୫ରୁ ଉର୍ଦ୍ଧ୍ବ ହେଲାଣି । ଭଦ୍ରକ ପୈରାଞ୍ଚଳ ଓ ଧାମନଗର , ବାସୁଦେବପୁର ସହାରାଞ୍ଚଳରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ବଢୁଥିବାରୁ ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛି । ଭଦ୍ରକ ପୈରପାଳିକା , ତହସିଲ କାର୍ୟ୍ୟାଳୟ ଓ ଥାନାରୁ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଯଦିଓ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଯଦି ଓ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କୁହାଯାଇଛି କିନ୍ତୁ ଅନେକ ଆଶଙ୍କା ଘନୀଭୂତ ହୋଇଛି । ୪ ମାସ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପର୍ୟ୍ୟାୟକ୍ରମେ ବଢୁଛି । କିନ୍ତୁ ଜିଲ୍ଲାରେ ଏହି ୪ ମାସ ମଧ୍ୟରେ ଅପରାଧ ପରିସଂଖ୍ୟାନ ଏକ ପ୍ରକାର ନିୟନ୍ତ୍ରଣ ମଧ୍ୟରେ ରହିଥିବା କୁହାଯାଇଛି । ସେଭଳି କିଛି ବଡ଼ ଅପରାଧ ଜିଲ୍ଲାରେ ଘଟି ନ ଥିବ ଜଣାପଡିଛି ।
କେନ୍ଦ୍ର ସରକାର ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ । ଏହାପରଠାରୁ ଲକ୍ ଡାଉନ୍ ଓ ଶଟ୍ ଡାଉନ୍ ପ୍ରକ୍ରିୟା ଜାରି ରହଛି । ଏହି କାରଣରୁ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ୧୫ ଜୁଲାଇ ୧୫ ତାରିଖ ମଧ୍ୟରେ ଜିଲ୍ଲାର ୧୭ଟି ଥାନା ଅଞ୍ଚଳରେ ମୋଟ ୧,୩୮୬ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ଏହି ୪ ମାସ ମଧ୍ୟରେ ୧,୫୭୬ଟି ମାମଲା ରୁଜୁ ହୋଇଥିଲା । ଏଣୁ ଏହି ଅପରାଧ ସଂଖ୍ୟାକୁ ତର୍ଜମା କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି ହେଲେ ଅପରାଧ ସଂଖ୍ୟା କମିଛି ବୋଲି କୁହାଯାଇଛି । ଚଳିତ ବର୍ଷ ଆଗରପଡା ଥାନାରେ ଏହି ୪ ମାସ ମଧ୍ୟରେ ୩୮ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୬୨ଟି ମାମଲା ରୁଜୁ ହୋଇଥିଲା । ବାଁଶଡା ଥାନାରେ ୬୮ଟି ହୋଇଥିବା ବେଳେ ଗତବର୍ଷ ୧୧୧ଟି, ବାସୁଦେବପୁରରେ ଚଳିତବର୍ଷ ୧୨୦ ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୧୬୫ ଟି , ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୩୧୫ ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୨୫୪ଟି , ଭଦ୍ରକ ସହରାଞ୍ଚଳରେ ଚଳିତ ବର୍ଷ ୧୧୯ ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୧୨୬ ମାମଲା ରୁଜୁ ହୋଇଛି । ସେହିଭଳି ଭଣ୍ଡାରିପୋଖରୀ ରେ ୭୬ ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୬୩ ଟି, ବନ୍ତ ଥାନାରେ ୫୬ ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୪୯ ଟି, ଚାନ୍ଦବାଲିରେ ଚଳିତ ବର୍ଷ ୭୯ ହୋଇଥିବା ବେଳେ ଗତବର୍ଷ ୧୧୪ ଟି ମାମଲା, ଚୂଡାମଣି ସାମୁଦ୍ରିକ ଥାନାରେ ଚଳିତ ବର୍ଷ ୨୭ ଟି ମାମଲା ହୋଇଥିବା ବେଳେ ଗତବର୍ଷ ୨୫ ଟି, ଧାମନଗର ଥାନାରେ ୯୦ ଟି ହୋଇଥିବା ବେଳେ ଗତବର୍ଷ ୧୦୦ ଟି ମାମଲା, ଧାମରା ସାମୁଦ୍ରିକ ଥାନାରେ ୩ ଟି ମାମଲା ହୋଇଥିବା ବେଳେ ଗତବର୍ଷ ୯ଟି ମାମଲା ଧାମରା ଥାନାରେ ୧୭ ଟି ହୋଇଥିବା ବେଳେ ଗତବର୍ଷ ୨୩ଟି ମାମଲା ଧୂଷୁରୀରେ ୭୬ଟି ହୋଇଥିବା ବେଳେ ଗତବର୍ଷ ୯୩ଟି ମାମଲା ରୁଜୁ ହୋଇଛି । ସେହିପରି କଷିଆ ସାମୁଦ୍ରିକ ଥାନାରେ ୧୭ ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୨୩ଟି ମାମଲା, ନାୟକାଣିଡ ୪୫ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୭୬ ଟି ମାମଲା, ପୁରୁଣା ବଜାର ଥାନାରେ ୬୧ ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୮୫ ଟି ମାମଲା ଏବଂ ତିହିଡି ଥାନା ରେ ୧୭୯ ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୧୯୮ଟି ମାମଲା ରୁଜୁ ହୋଇଛି । ଏନେଇ ଆଇନଜୀବୀ ଗଦାଧର ବଳ କୁହନ୍ତି କରୋନା ସଂକ୍ରମଣ ଅନେକାଂଶରେ ଅପରାଧକୁ ନିୟନ୍ତ୍ରଣ କରିଛି ଓ କରିବ ମଧ୍ୟ। ସେହିଭଳି ଅତିରିକ୍ତ ଏସପି ବିକାଶ ଦାସ କୁହନ୍ତି କରୋନା ସଂକ୍ରମଣ ଜାତୀୟ ବିପତ୍ତି ଭାବେ ଠିଆ ହୋଇଛି । ଅପରାଧ ନିୟନ୍ତ୍ରଣାଧିନ ରହିଛି ।
ବଢୁଛି ସଂକ୍ରମଣ,କମିଛି ଅପରାଧ ପରିସଂଖ୍ୟାନ
|
July 22, 2020 |



