ବଢୁଛି ଥାନା ଅଧିକାରୀ ରବୀନ୍ଦ୍ରଙ୍କ ବିବାଦ ,ରବୀନ୍ଦ୍ରଙ୍କ ମାମଲା ରୁଜୁ ହେଉନି

Spread the love

ଭୁବନେଶ୍ୱର,୨/୧୧ (ସନ୍ଧାନ ନିୟୁଜ) ନିକଟରେ ପୁଲିସ ଆଇନଜୀବୀଙ୍କୁ ନେଇ ସାରା ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜଣେ କର୍ତ୍ତବ୍ୟରତ ହୋମଗାର୍ଡ ଓ ଏ ପି ଏଫ ରବୀନ୍ଦ୍ର ପୃତ୍ତିଙ୍କୁ ଯାଜପୁର ରୋଡ ଥାନା ଅଧିକାରୀ ଅମିତାଭ ମହାପାତ୍ର  ଗାଳି ଗୁଲଜ କରିବାକୁ ନେଇ ଯାଜପୁର ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଅଭିଯୋଗକାରୀ ହୋମଗାର୍ଡ ଉର୍ଚ୍ଚକର୍ତୃପକ୍ଷଙ୍କ ଠାରୁ ନ୍ୟାୟ ନପାଇଲେ ଆଦାଲତର ଆଶ୍ରୟ ନେବା ସହ ସଂଘ ମାଧ୍ୟମରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଣିକୋଇଲି ଥାନା ମାଧ୍ୟମରେ ଟ୍ରାଫିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ରବିନ୍ଦ୍ର ପୁର୍ତ୍ତିଙ୍କୁ ପାଣିକୋଇଲି ଟୋଲ ଗେଟ ନିକଟରେ ଆଇଆଇସି ତାଙ୍କ ବେସରକାରି କାର ଚଳାଇଯାଉଥିବା ବେଳେ ଗାଡିକୁ ହୋମଗାର୍ଡ ସିଙ୍ଗନାଲ ଦେଲାବେଳେ ଆଇଆଇସି ଜାତି ଗୋତ୍ର ଧରି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ନେଇ ପାଣିକୋଇଲି ଥାନା ଓ ପରେ ଯାଜପୁର ଏସପିଙ୍କ ନିକଟରେ ହୋମଗାର୍ଡ ଅଭିଯୋଗ କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ସଂପୃକ୍ତ ଆଇଆଇସି ଜଣକ କଟକ କମିଶନରେଟରେ ଥିବାବେଳେ କଟକ ଶାସକ ଦଳ ସାଂସଦଙ୍କ ସହ ବିବାଦ କରି ଘଟଣା ସମାଧାନ କରିବାକୁ ରାଜ୍ୟ କର୍ମଚାରୀ ସଂଘର ଆଶ୍ରୟ ନେଇ ସେତେବେଳେ ବିବାଦ ଘେରକୁ ଆସିଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ହୋଇଥିଲା। ଶେଷରେ ଅଧିକାରୀଙ୍କୁ କମିଶନରେଟରୁ ବଦଳି କରାଯାଇ ଯାଜପୁର ଜିଲ୍ଲାକୁ ବଦଳି କରାଯାଇଥିଲା। ଯାଜପୁର ଜିଲାରେ ଅଧିକାରୀ ଜଣଙ୍କ ଯେଉଁ ଥାନାରେ କାର୍ଯ୍ୟରେ ଯୋଗ ଦେବାପରେ କିଛିନା କିଛି ବିବାଦକୁ ଆସିବା ଜିଲାରେ ଚର୍ଚ୍ଚା ହେଉଥିବା ସୂଚନା ମିଳିଛି।

ଧର୍ମଶାଳା ରେ ଥିବା ବେଳେ ଥାନାରେ ଜଣଙ୍କର ମୃତ୍ୟୁ ହେବାକୁ ନେଇ ବିବାଦରେ ଥିବା ବେଳେ ବି ଜେ ପି ନେତାଙ୍କୁ ଗାଳିଗୁଲଜ କରିବା ନେଇ ଅଭିଯୋ ହୋଇଥିଲା. କିନ୍ତୁ ଏବେ ସାଧାରଣ ତଳିଆ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ନେଇ ସାମାଜିକ ଗାନ ମାଧ୍ୟମ ରେ ପ୍ରଚାର କରିଥିବା ଲୋକଙ୍କ ନାମରେ କେଶ ରୁଜୁ କରି ଘଟଣାକୁ ଡବାଇବାକୁ ଯୋଜନା କରାଯାଉଛି. ବରିଷ୍ଠ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଘଟଣାର ସମାଧାନ କରିବାକୁ ବିବିନ୍ନ ମହଲରୁ ଦାବି ହେଉଛି.

Related Posts

About The Author

Add Comment