କଟକ ୨୭/୯ (ସନ୍ଧାନ ନ୍ୟୁଜ): ଖସିବାର ବାଟ ନାହିଁ । ରାଜନୈତିକ ଚାପ ଆଉ କାମ କରିବନି । ରାଜନେତାଙ୍କ ବିରୋଧରେ ଏବେ କଠୋର ହୋଇଛନ୍ତି ହାଇକୋର୍ଟ । ରାଜ୍ୟର ଅପରାଧକ ରେକର୍ଡ ଥିବା ସାଂସଦ ଏବଂ ବିଧାୟକଙ୍କ ପାଇଁ ଏବେ ଅଡୁଆ ବଢ଼ି ଯାଇଛି । ସେମାନଙ୍କ ବିରୋଧରେ ରହି ଆସିଥିବା ବର୍ଷ ବର୍ଷ ର ପୌଜଦାରୀ ମାମଲାର ଫାଇଲ୍ ପୁଣି ଥରେ ଖୋଲିବାକୁ ଯାଉଛି । ଏହିସବୁ ମାମଲାର ସ୍ବତନ୍ତ୍ର ଅଦାଲତରେ ଶୁଶୀଘ୍ର ଶୁଣାଣି ଆରମ୍ଭ ହେବ । କେଉଁ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ କେଉଁ କେଉଁ ଅଦାଲତରେ କେତୋଟି ପୌଜଦାରୀ ମାମଲରା ରୁଜୁ ହୋଇଛି ସେସବୁର ରେକର୍ଡ ସଂଗ୍ରହ କରାଯିବ । ଏହିସବୁ ମାମଲାର ସ୍ଥିତି କ’ଣ ରହିଛି ତାହା ପରଖୁବେ ହାଇକୋର୍ଟ। ଏ ସମସ୍ତ କାର୍ଯ୍ୟ ତ୍ବରିତ ଭାବେ କରିବା ଲାଗି ହାଇକୋର୍ଟ ଉଭୟ ରାଜ୍ୟ ସରକାର ଏବଂ ରେଜିଷ୍ଟାର ଜେନେରାଲଙ୍କଠାରୁ ବିଭିନ୍ନ ତଥ୍ୟ ତଲବ କରିଛନ୍ତି । ଏକ ମାମଲାରେ ସୁପ୍ରିମ୍କୋର୍ଟ ପ୍ରତ୍ୟେକ ହାଇକୋର୍ଟଙ୍କୁ ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ରହିଥିବା ପୌଜଦାରୀ ମାମଲା ଶୁଣାଣି ଲାଗି ଆକ୍ସନ ପ୍ଲାନ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହିସବୁ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କୁ କୁହାଯାଇଥିଲା । ନିର୍ଦ୍ଦେଶ ପାଇବା ପରେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ ଏବଂ ବିଚାରପତି ଜଷ୍ଟିସ୍ ବି.ଆର. ଷଡଙ୍ଗୀଙ୍କୁ ନେଇ । ଗଠିତ ଖଣ୍ଡପୀଠ ଆଡଭୋକେଟ୍ ଜେନେରାଲଙ୍କୁ ପ୍ରତ୍ୟେକ ଜିଲ୍ଲାରେ କେଉଁ କେଉଁ କୋର୍ଟରେ । ପୂର୍ବରୁ କିମ୍ବା ବର୍ଭମାନ ପଦବିରେ ଥିବା ସାଂସଦ ଅବା ବିଧାୟକଙ୍କ ବିରୋଧରେ କେତେ ପୌଜଦାରୀ ମାମଲା ରହିଛି ତାହାର ଏକ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । । ରେଜିଷ୍ଟାର ଜେନେରାଲଙ୍କୁ ମଧ୍ୟ ସ୍ବତନ୍ତ୍ର କୋର୍ଟ । ଗଠନ ତଥା ଏହିସବୁ ମାମଲାର ତ୍ଵରିତ ଶୁଣାଣି 1 ପାଇଁ କ’ଣ ଭିତ୍ତିଭୂମି ରହିଛି, କେତେ କର୍ମଚାରୀ ରହିଛନ୍ତି, କୋଠାବାଡ଼ି କେତେ ରହିଛି ସେସବୁର । ଏକ ସବିଶେଷ ରିପୋର୍ଟ ଦାଖଲ ଲାଗି ଆଦେଶ ଦେଇଛନ୍ତି । ଆସନ୍ତା ୧୯କୁ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ବର୍ଷ ବର୍ଷ ଧରି ପ୍ରାୟ ସାଢ଼େ ୪ ହଜାର ମାମଲା ଗଡି ଆସୁଛି । ଏଥିରେ ଟଙ୍କା ଠକେଇ ଠାରୁ ଆରମ୍ଭ କରି ପୌଜଦାରୀ ମାମଲା ରହିଛି । କିନ୍ତୁ ଏହିସବୁ ମାମଲାର ଶୁଣାଣି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ସୁପ୍ରିମ୍କୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇ ଆମିକସ୍କ୍ୟୁରୀଙ୍କ ଜରିଆରେ ଏହାର ରେକର୍ଡ ତଲବ କରିଥିଲେ। ସମଗ୍ର ଦେଶରେ ବିଭିନ୍ନ ବିଧାୟକଙ୍କ ବିରୋଧରେ ୪,୪୪ ୨ଟି କେସ୍ ପଡି ରହିଥିବା ଏଥିରୁ ଜଣାପଡ଼ିଥିଲା । ଫଳରେ ସର୍ବୋଚ୍ଚ ଅଦାଲତ ଏହିସବୁ ମାମଲାର ତୁରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ପ୍ରତ୍ୟେକ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ହାଇକୋର୍ଟ ଏ ନେଇ ନିଜ ଆଡୁ ମାମଲା ରୁଜୁ କରିବେ । ଯେଉଁ ସବୁ ମାମଲା ଉପରେ ରହିତାଦେଶ ରହିଛି ତାହା ଉପରେ ରିଭ୍ୟୁ କରିବେ। ଏହି ମାମଲାର ଶୁଣାଣି ପାଇଁ ଅଯଥାରେ ତାରିଖ ଦେବେ ନାହିଁ । ପ୍ରତ୍ୟେକ ଦିନ ଏହି ସବୁ । ମାମଲରାର ଶୁଣାଣି କରାଯିବ। କୋଭିଜ୍ ୧୯ର ବାହାନା ନିଆଯାଇ ପାରିବ ନାହିଁ । ଭିଡିଓ କଫରେନ୍ତି ଜରିଆରେ ଏହିସବୁ ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିକୋର୍ଟ ଆଦେଶରେ ସ୍ପଷ୍ଟ କରିଥିଲେ।
ବଢ଼ିଲା ଅପରାଧକ ରେକର୍ଡ ଥିବା ସାଂସଦ, ବିଧାୟକଙ୍କ ଅଡୁଆ
|
September 27, 2020 |