ବଡ଼ବିଲ କାରୋ ନଦୀରେ ବୁଡ଼ି ଯୁବକ ମୃତ

Spread the love

କେନ୍ଦୁଝର, ୧୩/୫ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ନିମତୁର କାରୋ ନଦୀରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ଘଟିଛି । ଉକ୍ତ ଯୁବକ ଜଣଙ୍କ ବଡ଼ବିଲ ଶ୍ରୀରାମନଗର ଅଞ୍ଚଳର ଗୁରୁସେବକ ସିଂହ(୨୨) ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ ରବିବାର ପୂର୍ବାହ୍ନ ସମୟରେ ଗୁରୁସେବକ ତାଙ୍କ ସାଙ୍ଗମାନଙ୍କ ସହ କାରୋ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀ କୂଳରେ ଥିବା ଏକ ଗଛ ଉପରୁ ଗଭୀରକୁ ପାଣିକୁ ଡିଆଁ ମାରିଥିଲେ । ଫଳରେ ଗଭୀର ପାଣି ଭିତରୁ ବାହାରକୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଗୁରୁସେବକ ଡିଆଁ ମାରିବାବେଳେ ପିନ୍ଧିଥିବା ପଗଡ଼ି କିଛି ସମୟ ପରେ ପାଣି ଉପରେ ଭାସିବାର ସାଙ୍ଗମାନେ ଦେଖିବାକୁ ପାଇଥିଲେ । ପାଣିରୁ ଉଦ୍ଧାର କରି ସାଙ୍ଗମାନେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।

Related Posts

About The Author

Add Comment