ସୁନ୍ଦରଗଡ , ୦୧/୦୨/୨୦୨୧ (ସନ୍ଧାନନିଉଜ/ରୋଶନ) ବଡ଼ଗାଁ ଡାକ୍ତରଖାନା ରେ ଗୋଟେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବଡ଼ଗାଁ ଡାକ୍ତରଖାନା ରୁ ଗୋଟେ ନବଜାତ ଶିଶୁକନ୍ୟା ର ମୃତ ଦେହ ଉଦ୍ଧାର କରାଯାଇଛି I ଡାକ୍ତରଖାନା ର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ରହିଥିବା ପାଇଖାନା ଗୃହ ରୁ ଆଜି ଏକ ନବଜାତ ଶିଶୁକନ୍ୟା ର ମୃତ ଦେହ ମିଳିଥିବା ଜଣାପଡିଛି I ସୂଚନା ଅନୁସାରେ ଡାକ୍ତରଖାନା ର ସଫେଇ କର୍ମଚାରୀ ସଫେଇ କରିବା ବେଳେ ପାଇଖାନା ଭିତରୁ ଶିଶୁକନ୍ୟାର ମୃତ ଦେହ ଦେଖିବାକୁ ପାଇଥିଲେ I ଉକ୍ତ ଶିଶୁକନ୍ୟା ଟିକୁ ତାର ମା ପ୍ରସବ ପରେ ପାଇଖାନା ଭିତରେ ଛାଡି ଦେଇ ଥିବା ଅନୁମାନ କରI ଯାଉଛି I ପରେ ଡାକ୍ତରଖାନା ତରଫରୁ ବଡ଼ଗାଁ ପୋଲିସ କୁ ସୂଚନା ଦିଆ ଯାଇଥିଲା I ପୋଲିସ ଶିଶୁକନ୍ୟା ର ମୃତ ଦେହ ଜବତ କରି ଘଟଣା ର ତଦନ୍ତ କରୁଥିବା ଜଣାପଡିଛି I ଯୋଉଠି ସରକାର ‘ବେଟି ବଚାଓ ବେଟି ପଢ଼ାଓ’ ର ନାରା ଦେଉଛନ୍ତି ତାହା କେତେ ଦୂର କାର୍ଯ୍ୟକାରୀ ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି l
ବଡ଼ଗାଁ ର ଡାକ୍ତରଖାନା ରୁ ମିଳିଲା ଶିଶୁକନ୍ୟା ର ମୃତ ଦେହ
|
February 2, 2021 |