ବଡଚଣା : ମା ଲକ୍ଷ୍ମୀଙ୍କ ପୂଜା ପାଳିତ

Spread the love

ଯାଜପୁର୨୫/୧୦(ସନ୍ଧାନ ନିୟୁଜ/ମାନସ ରାଉତ):ବଡଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ହେଉଛି । ପୂଜା ମଣ୍ଡପ ମାନଙ୍କରେ ଏବଂ ତୋରଣ କରାଯାଇ ଆଲୋକମାଳାରେ ପୂଜାସ୍ଥାନ ଗୁଡିକ ସୁସଜ୍ଜିତ ହୋଇଛି । ଚଣ୍ଡିଖୋଲ ଛକଠାରେ ଘୋରଇ ବସ ମାଲିକ ସଂଘ ଦ୍ୱାରା ମାଙ୍କ ମୁର୍ଣ୍ଣୟୀ ମୂର୍ତ୍ତି କରାଯାଇ ଆଡମ୍ବରସହକାରେ ପୂଜାର୍ଚ୍ଚନା ଚାଲିଛି । ସଂଘର ସଭାପତି ସୁକାନ୍ତ କୁମାର ରାଉତ, ସମ୍ପାଦକ ଦିଲ୍ଲିପ ଚୌଦୁରୀ ସମେତ ବସମାଲିକ ମାନେ ପୂଜା ମଣ୍ଡପରେ ଉପସ୍ଥିତ ପୂବକ ଯଥା ବିଧି ମାଙ୍କ ଆରାଧନା କରିଥିଲେ । ସେହିପରି ଚଣ୍ଡିଖୋଲ କଲେଜ ଛକ, ସୁଙ୍ଗୁଡା. ନିଶିମଳା, ଅରଖପୁର, କୁନ୍ଦଳ, ଚଣ୍ଡିତଳ,ବନ୍ଦାଳୋ, କୋଲ୍ଲାସିଂହ, ସିହା, ଓଲର, ସୋଲର, ସିଦ୍ଧିପୁର,ଗୋପାଳପୁର, ହରିଦାସପୁରର, କୋଶଳିଆ ବଡଚଣାର କାଞ୍ଜିଆବଜାର ପଭୃତି ସ୍ଥାନମାନଙ୍କରେ ମା ଲକ୍ଷ୍ମୀଙ୍କ ପୂଜା ଆରାଧାନା ହୋଇଯାଇଛି । ଗତକାଲି ରାତ୍ର ସମୟରେ ମାଙ୍କନିକଟରେ ଜଳାଧିବାସ, ଷୋଡଶଉପଚାର ପୂଜା ହେବା ପରେ ଗରୁବାର ସକାଳେ ସୂର୍ଯ୍ୟପୂଜା, ଗୋପୂଜା ଓ ହୋମଯଜ୍ଞ ଆଦି କରାଯାଇ ମାଙ୍କ ପୂଜାର୍ଚ୍ଚତା କରାଯାଇଛି । ଏହି ଉପଲକ୍ଷେ ବିଭିନ୍ନ ପୂଜାମଣ୍ଡପରେ ଭଜନକିର୍ତ୍ତନ ହୋଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଯାଇଛି । ଗତକାଲି ଠାରୁ ସମସ୍ତ ପୂଜାମଣ୍ଡପ ଠାରେ ସାଧରଣ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବନେ୍ଧାବସ୍ତ କରାଇଥିଲା । ସଂଧ୍ୟା ସମୟରେ ଜନସାଧରଣଙ୍କ ଭକ୍ତଙ୍କ ବେଶ ଭିଡ ପରିଲକ୍ଷିତ ହୋଇଛି । କେତେକ ପୂଜା ମଣ୍ଡପରେ ମହିଳା ମାନେ ଲକ୍ଷ୍ମୀପୂରାଣ ପଢ଼ୁଥିବା ଦେଖାଯାଇଛି ।

Related Posts

About The Author

Add Comment