ବଡଚଣା ବିଜେପି ପକ୍ଷରୁ ଗାନ୍ଧୀ ସଙ୍କଳ୍ପ ଯାତ୍ରା

Spread the love

ଚଣ୍ଡିଖୋଲ, ୨/୧୦(ସନ୍ଧାନ ନିୟୁଜ/ମାନସ ରାଉତ)-ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା ଅକ୍ଟୋବର ୨ ଠାରୁ ଆରମ୍ଭ କରାଯାଇଛି । ଏହି କ୍ରମରେ ବଡଚଣା ବିଜେପି ପକ୍ଷରୁ ରାଜ୍ୟ ମୁଖପାତ୍ର ଅମର ନାୟକଙ୍କ ନେତୃତ୍ୱରେ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ କରାଯାଇଛି । ବଡଚଣା ବ୍ଳକ ଅନ୍ତର୍ଗତ ବଡଘୁମୁରୀ ପଂଚାୟତର ପାଇକେରାପୁର ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏହି ସଂକଳ୍ପ ଯାତ୍ରାରେ ବିଜେପି ଜିଲ୍ଲା ଉପସଭାପତି ଦେବଜାନୀ ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ମଣ୍ଡଳ ସଭାପତି ଧୂଳେଶ୍ୱର ଦାସ, ପ୍ରଦୀପ ସାମଲ, ବେଣୁଧର ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତ, ପ୍ରମୋଦ ଜେନା, ବରିଷ୍ଠ ନେତା, ବାଇଧର ସେନାପତି, ପ୍ରଫୁଲ ଦାସ, ରସାନନ୍ଦ ସାହୁ, ଫକୀର ସାମଲ, ଦେବେନ୍ଦ୍ର ଜେନା, ସରୋଜ ଜେନା, ସରୋଜ ରାଉତ, ପ୍ରଶାନ୍ତ ଦାସ ପ୍ରମୁଖ ଯୋଗ ଦାନ କରିଥିଲେ । ଭୁବନପୁର ଠାରୁ ଆରମ୍ଭ କରି ବଡଘୁମୁରୀ, ସକୁନ୍ତଳାପୁର, ନୂଆଗାଁ, ଅହମଦପୁର ଓ ରମ୍ଭାଦେଇପୁର ଠାରେ ପଦଯାତ୍ରା ସମାପନ ହୋଇଥିଲା । ୭ କିଲୋମିଟର ବ୍ୟାପି ଏହି ପଦଯାତ୍ରାରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇ ପ୍ଳାଷ୍ଟିକ ମୁକ୍ତ ଭାରତ, ସ୍ୱଛ ଭାରତ, ଗରିବ କଲ୍ୟାଣ ସଂକଳ୍ପ, ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ନାରା ଦେବା ସହ ପ୍ରଚାର ପତ୍ର ବଂଟନ କରି ଯାଉଥିବାର ଦେଖିବାକୁ ମିଲିଥିଲା । ଏହି ଗାନ୍ଧୀ ସଂକଳ୍ପ ଯାତ୍ରା ୬ ଗୋଟି ପର୍ଯ୍ୟାୟରେ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment