ଯାଜପୁର,୫.୬(ସନ୍ଧାନ ନୁ୍ୟଜ/ମାନସ ରାଉତ): ଶିଶୁକନ୍ୟାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଓ ଯୌନଶୋଷଣ ବିରୁଦ୍ଧରେ ୟୁନିସେଫ ଓ ରାଜ୍ୟ ଗୃହ ବିଭାଗ ପକ୍ଷରୁ ରାଜ୍ୟ ସାରା ପରିକ୍ରମା କରୁଥିବା ପରୀ ରଥକୁ ଦୁଇଦିନ ଧରି ବଡଚଣାର ବିଭିନ୍ନ ସ୍ଥାନ ମାନଙ୍କରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ‘ପରୀପାଇ କଥାଟିଏ’ ସଚେତନତା କାର୍ଯ୍ୟକ୍ରମ ଚଣ୍ଡିଖୋଲ ଛକ,ବଡଚଣା ବାଳିକା ବିଦ୍ୟାଳୟ ଓ ଛତିଆ ଶନିମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି ।
ବଡଚଣା ଥାନାପକ୍ଷରୁ ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରିତା ତରାଇ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରିବାର ଓ ଘରର ମୁରବୀ ମା’ ଚାହିଁଲେ ଶିଶୁ କନ୍ୟା ଏବଂ ନାବାଳିକା ଉପରେ ହେଉଥିବା ଅତ୍ୟାଚାର ବହୁମାତ୍ରାରେ କମି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ଏସଡିପିଓ କେଦାର ନାଥ ସାହୁ, ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି,ଅଂଚଳିକ ପରିବହନ ଅଧିକାରୀ ଲାଲ ମୋହନ ସେଠୀ, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ସୁଙ୍ଗୁଡା ସରପଂଚ ଚାଚାଲିନ୍ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ସୁମତି ବାସ୍କେ, ଶାନ୍ତିପୁର ସରପଂଚ ପ୍ରତିମା ଜେନା, ସୁଙ୍ଗୁଡା ସମିତିସଭ୍ୟ ପ୍ରୀତମ ନାୟକ, ନାଏବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାବାଳିକା ମାନଙ୍କ ସୁରକ୍ଷା ଉପରେ ନିଜ ନିଜର ମତ ରଖିଥିଲେ । ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନିଲ କୁମାର ଦାସ ସଭାକୁ ପରି·ଳନା କରିଥିଲେ । ବଡଚଣା ବାଳିକା ବିଦ୍ୟାଳୟ ନିକଟରେ ଦର୍ପଣ ତହସିଲଦାର ଡଃ ଅଶୋକ କୁମାର ଦାସ,ବିଇଓ ସସ୍ମିତା ସାହୁ,ଆୟୁସ ଡାକ୍ତର ମିନାରାଣୀ ପ୍ରଧାନ,ସରପଞ୍ଚ ହରପ୍ରୀୟା ବରାଳ,ସମିତିସଭ୍ୟା ସ୍ୱର୍ଣ୍ଣରେଖା ପୃଷ୍ଟି,ସବରେଜିଷ୍ଟାର ବିଶ୍ୱରଂଜନ ବିଶ୍ୱାସ,ସୁଶ୍ରୀ ବି.କେ.ମାନସୀ,ବଡଚଣା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା,ସମାଜସେବୀ ଗଣେଶ୍ୱର ବରାଳ,ପ୍ରମୁଖ ଉପସ୍ଥିତ ରହି ଶିଶୁ ଯୌନଶୋଷଣ ବିରୋଦ୍ଧରେ ନିଜନିଜର ଅଭିଭାଷଣ ରଖିଥିଲେ । ଶେଷରେ କୁନିକୁନି ପିଲାମାନଙ୍କ ଦ୍ୱାରା ସଚେତନତା ନାଟକ ଅନୁଷ୍ଠିତ ହୋଇଥିଲା । ସେହିପରି ଛତିଆ ଠାରେ ବୈରୀ ଥାନାଧିକାରୀ ନିରଂଜନ ଶବରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ,ମିହିର ପ୍ରତାପ ଦାସ ପ୍ରମୁଖ ଉପସ୍ଥିତଥିଲେ । ପ୍ରାରମ୍ଭରେ ଏକ ଭିଡିଓ ମଧ୍ୟମରେ ନାବାଳିକା ମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ତାହା ଉପରେ ଉପସ୍ଥିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ବୀଣାପାଣି କଳାପୀଠର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସଭା ଶେଷରେ ଶିଶୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ,ଗୀତ,ନାଟକ ମଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ମହିଳା,ଏନସିସି, ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ବହୁ ସାଧରଣ ଜନତା ଉପସ୍ଥିତ ଥିଲେ ।