ଯାଜପୁର (ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ): ଯାଜପୁର ଏସପି ଚରଣସିଂ ମିନାଙ୍କ ନିଦେ୍ର୍ଦଶକ୍ରମେ ବୁଧବାର ରାତିରେ ବଡଚଣା ଏବଂ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଗାଡି ଯାଞ୍ଚ କରାଯାଇ ମୋଟ ୬୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ବୈରୀ ଥାନାଧିକାରୀ ନିରଞ୍ଜନ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତିଆ ବଟତଳ ବଜାରରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା ବାଇକ ଓ ଚାରିଚିକିଆ ଗାଡି ଗୁଡିକ ଯାଞ୍ଚ କରାଯାଇଥିଲା । ବିନା ହେଲମେଟ ଓ ସିଟ ବେଲ୍ଟ ନପିନ୍ଧି ଗାଡି ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ଏହି ସମୟ ମଧ୍ୟରେ ୧୫ଟି ବାଇକ ଚାଳକ ବିନା ହେଲମେଟରେ ବାଇକ ଚଳାଉଥିବାରୁ ସେମାନଙ୍କ ଠାରୁ ଜରିମାନା ଏବଂ ସିଟବେଲ୍ଟ ନପିନ୍ଧି ଗାଡି ଚଳାଉଥିବା ୫ଟି ଗାଡି ଠାରୁ ଜରିମାନା ବାବଦରେ ମୋଟ ୨୫୦୦ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ଭାବେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ୬୪ଟି ଗାଡି ଓ ୨୫ଟି ବାଇକକୁ ଯାଞ୍ଚ କରାଯାଇ ମୋଟ ୩୭୦୦ ଟଙ୍କା ଆଦାୟ କରାଯାଇଥିଲା । ଏହାଦ୍ୱାରା ଜାତୀୟ ରାଜପଥରେ ଚାରିଚକିଆ ଯାନ ଓ ବାଇକ ଚାଳକମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି ହୋଇପାରିବେ ବୋଲି ପୁଲିସ ପ୍ରକାଶ କରିଛି ।
ତାଜା ଖବର
- ଶିଶୁ ର ବିକାଶ କ୍ଷେତ୍ରରେ ଆଜି ମଧ୍ୟ କୁସୁମୁରା ପଞ୍ଚାୟତ ର ସାକୋବାହାଲ ଗ୍ରାମ ଅବହେଳିତ
- ସୁନ୍ଦରଗଡ ସରପଞ୍ଚ ସଂଘ ପକ୍ଷରୁ ସମ୍ପର୍କ ସମାବେଶ ୨.୦ ଅନୁଷ୍ଠିତ
- କୋଟଗଡ଼ ଅଭୟାରଣ୍ୟରେ ହାତୀ ଆତଙ୍କ
- 5 key challenges before new UP BJP chief: Improving coordination with govt to tackling Samajwadi Party’s PDA pitch
- ପ୍ରଦୂଷଣ: ଦିଲ୍ଲୀରେ GRAP 4 କଟକଣା ଲାଗୁ; ସ୍କୁଲ ଓ କଲେଜ ସହ କାର୍ଯ୍ୟାଳୟ ପ୍ରଭାବିତ
- ଆମେରିକାର ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୪ ଜଣଙ୍କ ମୃତ୍ୟୁ
- ୭ଜଣ ଡିଲରଙ୍କୁ ନୋଟିସ କରାଗଲା
- ମା ତାରିଣୀ କଳାପରିଷଦ ବାଦିପାଲା ଅନୁଷ୍ଟିତ ହେବ
- ବାପାଙ୍କୁ ନ୍ୟାୟ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମାଜ ସେବୀ
- ଜନ୍ମଭୂମିର ସଂମ୍ପାଦକ ପରପାରିକୁ ଚାଲିଗଲେ


