ଯାଜପୁର,୧୬.୬(ସଂନ୍ଧାନ ନିଉଜ/ମାନସ ରାଉତ):-ବଡଚଣା ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ରଜ ମହୋସôବ ମହାସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ପ୍ରକାର ପିଠା ସାଙ୍ଗକୁ ରଜପାନ ଖାଇ କୁମାରୀ ଝିଅ ମାନେ ରଜ ଗୀତ ବୋଲି ଦୋଳିରେ ବସି ଖୁସି ମନାଇଥିଲେ । ଛତିଆସ୍ଥିତ ମା’ ଜାଗୁଳାଇ ରଜ ମହୋସôବ କମିଟି ଆନୁକୂଲ୍ୟରେ ଆୟୋଜିତ ରଜ ମହୋସôବର ଦ୍ୱିତୀୟ ସଂଧ୍ୟ୍ୟାରେ ଯାଜପୁର ସାଂସଦ ରୀତା ତରାଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଜଗନ୍ନାଥ ସେବାସଦନର ଚିକିସôକ ମିହିର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଂସଦ ଶ୍ରୀମତୀ ତରାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ମହୋସôବର ଦିର୍ଘ ଜୀବନ କାମନା କରିବା ସହ କର୍ମକତ୍ତାମାନଙ୍କୁ କୃତଜ୍ଞାତା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଛତିଆ ଶାଖା ପରିଚାଳକ ଗୌରୀଶଙ୍କର ଦାସ,ମାଧବାନନ୍ଦ ମହାପାତ୍ର, ଅଧ୍ୟକ୍ଷ ଭାଗ୍ୟଧର ମଲିକ,ପ୍ରିୟନାଥ ପୃଷ୍ଟି,ଯୁବ ବିଜେଡି ସଭାପତି ପ୍ରମୋଦ କୁମାର ଜେନା,ସାମ୍ବାଦିକ ପ୍ରତାପ ରାଉତରାୟ ପ୍ରମୁଖ ଯୋଗଦେଇ ରଜ ପର୍ବ ଓ ମହୋସôବ ଉପରେ ଆଲୋକପାତ କରିଥିଲେ । ଯୁବନେତା ଦିଲ୍ଲିପ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗିରିଶ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଦୁଇଜଣ ଯୁବ ପ୍ରତିଭା ଗିରିଶ ପାତ୍ର ଓ ଅମ୍ବିକା ପ୍ରସାଦ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଠାରେ ଆୟୋଜିତ ରଜ ଦୋଳିକୁ ଆଗନ୍ତୁକ ଦର୍ଶକମାନେ ବେଶ ଭରପୁର ଉପଭୋଗ କରିଥିଲେ । ସେହିପରି ଭୁଷୁଣ୍ଡପୁର ଗ୍ରାମରେ ରଜ ମହୋସôବ କମିଟି ପକ୍ଷରୁ ରଜ ମହୋସôବ ମହାସମାରୋହରେ ପାଳିତ ହୋଇଯାଇଛି । ଛୋଟଛୋଟ ପିଳାମାନଙ୍କ ମଧ୍ୟରେ ନୃତ୍ୟ,ସଂଗିତ,ପୁଚିଖେଳ,ବକୃତା,ଦୋଳି ଓ ରଙ୍ଗୋଲି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ବଡଚଣା ବ୍ଲକ ଦେଉଳକୁର ଗ୍ରାମରେ ଓଡିଆ ସଂସ୍କୃତି ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଗ୍ରାମରେ ଭାଇଚାର ସମ୍ପର୍କ ଗଢିତୋଳିବା ପାଇଁ ରଜ ମହୋସôବକୁ ଗ୍ରାମର ଶୁଭାକାଂଖୀ ଯୁବ ପରିଷଦ ତରଫରୁ ରଜ ଉସôବ ପାଳିତ ହୋଇଯାଇଛି । ଶିକ୍ଷକ ସପନେଶ୍ୱର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉସôବରେ ପବନେଶ୍ୱର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବେ ସରପଞ୍ଚ ଭାଗ୍ୟଧର ପ୍ରଧାନ,ସମିତିସଭ୍ୟ ରବିନ୍ଦ୍ର ନାଥ ଦାଶ,ସମବାୟ ସମିତିି ସଭାପତି ଆଦିକନ୍ଦ ଜେନା ଯୋଗଦେଇ ରଜ ମହୋସôବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ କୁନିକୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ,ସଂଗିତ,ସାଧାରଣ ଜ୍ଞାନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ଉସôବକୁ ଗିରିଜା ଦାଶ,ବିମଳ ପ୍ରଧାନ,ପ୍ରତାପ ମଲିକ,ବିଜୟ ପ୍ରଧାନ,କୁନାଲ ମଲିକ ପ୍ରମୁଖ ସଂଚାଳନ କରିଥିଲେ ।