ବଡଚଣାର ବିଭିନ୍ନ ସ୍ଥାନରେ ଆର୍ନ୍ତଜାତୀୟ ଯୋଗଦିବସ ପାଳିତ

Spread the love

ଯାଜପୁର,୨୨.୬(ସନ୍ଧାନ ନିଉଜ/ମାନସ ରାଉତ):-୨୧ତମ ବିଶ୍ୱ ଯୋଗଦିବସ ବଡଚଣାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଛି । ବଡଚଣା ଭାଜପା ପକ୍ଷରୁ ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ରାଜ୍ୟ ବିଜେପି ମୁଖପାତ୍ର ଅମର ନାୟକଙ୍କ ନେତୃତ୍ୱରେ ବହୁ କର୍ମୀ ପ୍ରାତଃ ସମୟରୁ କଲେଜ ପରିସରରେ ଉପସ୍ଥିତଥିଲେ ।ଏଥିରେ ପୂର୍ବତନ ସରପଞ୍ଚ ରମେଶଚନ୍ଦ୍ର ପୃଷ୍ଟି,ଲିପୁନା ସାମଲ

ଧାନମଣ୍ଡଳ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ଦାସଙ୍କ ଅଧ୍ୟତାରେ ଶତାଧିକ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ବିଶ୍ୱ ଯୋଗ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବଡଚଣା ମହାବିନାୟକ ବିଦ୍ୟାୟନ ପରିସରରେ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୋଗଦିବସ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ପ୍ରକାର ଯୋଗଶିକ୍ଷା ଦିଆଯିବା ସହ ଯୋଗଦ୍ୱାରା ରୋଗର ନିରାକରଣ ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ ।

Related Posts

About The Author

Add Comment