ବଡଚଣା,୨୩/୧୨ (ସନ୍ଧାନ ନିୟୁଜ):-ବଡଚଣା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ପରାମର୍ଶ ପଦଯାତ୍ରା ସପ୍ତମ ଦିନରେ ପହଂଚିଛି । ବଡଘୁମୁରୀ ଦୁଆରଶୁଣି ପୀଠରୁ ଜନପରାମର୍ଶ ଯାତ୍ରା ବାହାରି ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା ପରେ ରାଧାଦେଇପୁର ପଂଚାୟତର ବିଭିନ୍ ଗ୍ରାମ ପରିକ୍ରମା କରିଥିଲେ । ଯୁବନେତା ଅମର ନାୟକ ନେତୃୃତ୍ୱରେ ଶତାଧିକ କର୍ମୀଙ୍କ ସହ ଘରଘର ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଅବଗତ କରିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେଉଛନ୍ତି । ଏହି ପଦଯାତ୍ରାରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନିରଞ୍ଜନ ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଅଶୋକ ସାମଲ, ବିଜେପି ଜିଲ୍ଲା ଉପସଭାପତି ଜ୍ଞାନରଞ୍ଜନ ସାହୁ, ମହିଳା ମୋର୍ଚ୍ଚା ଉପସଭାପତି ଦେବଜାନୀ ପ୍ରଧାନ, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଶାରଦା ରାଉତ, ପ୍ରଭାରୀ ସୁବ୍ରତ ନାୟକ, ମଣ୍ଡଳ ସଭାପତି ପ୍ରଦୀପ ସାମଲ, ଧୂଳେଶ୍ୱର ଦାସ, ବେଣୁଧର ବିଶ୍ୱାଳ, ସରପଂଚ ନିଳମଣି ରାଉତ,ସମିତିସଭ୍ୟ ପ୍ରୀତମ ନାୟକ, ନୃସିଂହ ନାରାୟଣ ହୋତା, ଅଭିରାମ ତରାଇ, ପ୍ରଶାନ୍ତ ଦାସ,ନିହାର ସାମଲ, ହରିଶଙ୍କର ପଣ୍ଡା, ବିକାଶ ଦାସ ଓ ଲିପୁନା ସାମଲ ପ୍ରମୁଖ ଯୋଗଦାନ କରି କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ପ୍ରଚାରପତ୍ର ଲୋକମାନଙ୍କୁ ବଂଟନ କରିଥିଲେ ।
Report-Anita Behera