ଯାଜପୁର, ୧୪/୨ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳି ବିଦାନସଭା କ୍ଷେତ୍ର ବିଜେଡି ଦଳର ପାର୍ଥୀତ୍ୱକୁ ନେଇ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପାଂଚ ପାଂଚ ଥର ନିର୍ବାଚନ ଜିତି ବଡଚଣା ବିକାଶକୁ ଆଗେଇ ନେବାରେ ବର୍ତମାନ ବିଧାୟକ ଶ୍ରୀ ଅମର ଶତପଥିଙ୍କ ଭୁମିକା ଗୌଣ ଥିବାର ପରିଲକ୍ଷିତ ହୋଇଛି । ଭୂତଗାଡି,ଟିଟୋ ଲିଙ୍କ, ଆବାସ ଯୋଜନା, ଲଘୁ ଖଣିଜ ଦ୍ରବ୍ୟ ବ୍ୟାପକ ଚୋରା ଚାଲଣ ସହିତ ବିଭିନ୍ନ ବେଆଇନ କାର୍ଯ୍ୟପାଇଁ ଦଳ ଠାରେ ନିନ୍ଦିତ ହେବାସହ ଭାବମୂର୍ତି ଅନେକାଂଶରେ କ୍ଷୁର୍ଣ୍ଣ ହୋଇଛି । ଦଳର ବହୁ ପୁରଖା ନେତା ଓ ଆଗଧାଡିର କର୍ମୀ ଖୋଲଖୋଲି ଭାବେ ବିଧାୟକଙ୍କ ବିରୁଦ୍ଧରେ ସମାନ୍ତରଳ ଭାବେ ବିଭିନ୍ନ ସଭାସମିତି କରିବା ସହିତ ଦଳର ମୁଖିଆଙ୍କୁ ଏ ସଂପର୍କରେ ଅବଗତ କରିଛନ୍ତି । ଟିକେଟ ପରିବର୍ତନ ହେଲେ ଦଳର ବିଜୟ ବାନା ଉଡିବା ସହ ବଡଚଣା ବିକାଶ ପାଇଁ ଏକ ନୂଆ ମାଇଲଖୁଂଟ ପ୍ରତିଷ୍ଠା ହେବ । ଏହି ନ୍ୟାୟରେ ଅନେକ ଯୋଗ୍ୟ ବ୍ୟକ୍ତି ଟିକେଟ ଆଶାୟୀ ଥିବା ବେଳେ ତୃତୀୟ ମହଲା ସହିତ ନିବିଡ ସଂପର୍କ ଥିବା ଆଇ.ଏସ. ନିର୍ମଳ ମିଶ୍ରଙ୍କ ନାମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆସନ୍ତା ୧୯ ତାରିଖ ଦିନ ଯାଜପୁର ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳି ସହିତ ବଡଚଣାକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତସୂଚୀ ସ୍ଥିର ହୋଇଥିଲା । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବାସହ ଦଳ ପକ୍ଷରୁ ପ୍ରସ୍ତୁିତି ବୈଠକ ପାଇଁ ୧୪ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ହଠାତ୍ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବାତିଲ ଖବର ପ୍ରଚାର ହେବା ପରେ ବିଧାୟକ ସମର୍ଥଣ ମାନଙ୍କ ମଧ୍ୟେର ବିଭିନ୍ନ ଶଙ୍କା ଦେଖାଦେଇଛି । କର୍ମୀମାନଙ୍କୁ ବିଧାୟକ ଶାନ୍ତ୍ୱନା ଦେବାକୁ ଯାଇ ଯେହେତୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି ଏଥିପାଇଁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହି ନପାରିବା କାରଣରୁ ଏହାକୁ ବାତିଲ କରାଯାଇଛି । ପରବର୍ତୀ ଅବସ୍ଥାରେ ଦିନସ୍ଥିର ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ସୂଚନା ଦିଆଯିବ । କିନ୍ତୁ ବିରୋଧି ମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବିଧାୟକଙ୍କ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଦୁର୍ବଳ ଥିବା ଏବଂ ବଡଚଣାରୁ ବିଭିନ୍ନ ସ୍ତରରୁ ଯାଉଥିବା ସୂଚନା ଆଧାରରେ ମୁଖ୍ୟମନ୍ତ୍ରୀ ନୂଆ ମୁହଁ ପାଇଁ ଯୋଜନା କରିଥାଇପାରନ୍ତି ବୋଲି ସମଗ୍ର ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି ।
ବଡଚଣାକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବାତିଲ ନେଇ ଭିନ୍ନ ଚର୍ଚ୍ଚା ଆସନ୍ତା ନିାର୍ବଚନରେ ବିଜେଡି ମଙ୍ଗ ଧରି ପାରନ୍ତି ନିର୍ମଳ
|
February 14, 2019 |



