ଜେନାପୁର/,୧୩/୭ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ଆଜି ବଜ୍ରାଘାତ ରେ ଜଣଙ୍କ ର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ମୃତକ ଜଣଙ୍କ ହେଲେ ଭାଗିରଥି ନାୟକ ଓରଫ ଭାଗିନ (୭୦) ବୋଲି ଜଣାପଡିଛି। ଖବର ମୁତାବକ ରବିବାର ଅପରାହ୍ନ ରେ ଭାଗିନ ନିଜ ବିଲରେ ଚାଷ କାମ କରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା। ପାଖ ଜମିରେ କାମ କରୁଥିବା ସବୁ ଲୋକ ଛାନିଆ ରେ ଦୌଡ଼ି ପଳେଇ ଆସିଥିଲେ। ଭାଗିନ ଘରକୁ ନ ଫେରିବାରୁ ପ୍ରାୟ ଅଧ ଘଣ୍ଟାଏ ପରେ ବର୍ଷା ଟିକେ କମ ହେବାରୁ ପରିବାର ଲୋକେ ଆଶଙ୍କା କରି ବିଲ କୁ ଯାଇଥିଲେ। ସେଠାରେ ଚାଷ ଜମିରେ ବଜ୍ରପାତରେ ଆଘାତ ହୋଇ ଭାଗିନ ସେହି ବିଲରେ ଟଳି ପଡ଼ିଥିଲେ। ଭାଗିନ ଗୋଟିଏ ହାତରେ ଧାନ ତଳି ଧରି ସେହି ବିଲରେ ପଡ଼ିଥିବା ସହିତ ତାଙ୍କ କାନ ରୁ ରକ୍ତ ସ୍ରାବ ହେଉଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ଜେନାପୁର ପୋଲିସ ମେଡ଼ିକାଲ ରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲା। ଆସନ୍ତା କାଲି ସୋମବାର ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ବଜ୍ରପାତ ନେଲା ଚାଷୀର ଜୀବନ
|
July 13, 2025 |



